ଦ୍ୱୀପ ତଳ ଅନ୍ଧାର : ଢେଙ୍କାନାଳ ପୋୖରାଞ୍ଚଳ ର 21 ନମ୍ବର ୱାର୍ଡ ସଞ୍ଜୟ କଲୋନୀ ର ବିପର୍ଯ୍ୟସ୍ଥ ଅବସ୍ଥା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ )ମ – ରଞ୍ଜିତ ବେହେରା : କଥାରେ ଅଛି ଦ୍ୱୀପ ତଳ ଅନ୍ଧାର । ବାସ୍ତବରେ ଏହାର ଏକ ବାସ୍ତବ ରୂପ ଦେଖିବାକୁ ମିଳିଛି ଢେଙ୍କାନାଳ ସହର ଉପକଣ୍ଠରେ । ସହରର ଉତ୍ତର ପଶ୍ଚିମ ପାର୍ଶ୍ଵରେ ଢେଙ୍କାନାଳ ମୁଖ୍ୟ ରେଳ ଷ୍ଟେସନର ଅପର ପାର୍ଶ୍ଵରେ ଅବସ୍ଥିତ ପୌରପାଳିକାର 21 ନମ୍ବର ୱାର୍ଡ । ମୁଖ୍ୟ ରେଳ ଷ୍ଟେସନର ଉତ୍ତର ପାର୍ଶ୍ଵରେ ଥିବା ସଞ୍ଜୟ କଲୋନୀ ର ଅଞ୍ଚଳବାସୀ ଅବ୍ୟବସ୍ଥା ଘେରରେ ଭୋଗୁଛନ୍ତି ନାହିଁ ନଥିବା ଅବସ୍ଥା । ଦେଶରେ ରାଜ୍ୟ ତଥା କେନ୍ଦ୍ର ସରକାର ବିକାଶ ଏବଂ ଆଧୁନିକତାର ଡିଣ୍ଡିମ ବଜାଇ ଆସୁଥିଲେ ମଧ୍ୟ ଏହି ଅଞ୍ଚଳ କିଭଳି ଭାବେ ସହର ଠାରୁ ବିଛିନ୍ନ ହୋଇ ରହିଅଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସରକାରଙ୍କର କାର୍ଯ୍ୟଶୈଳୀ କୁ ଆଙ୍ଗୁଠି ଉଙ୍ଗୁଳି ଦେଖାଉଛି । ଢେଙ୍କାନାଳ ରେଳ ଷ୍ଟେସନର ଦକ୍ଷିଣ ପାର୍ଶ୍ଵରେ ପୋୖରାଞ୍ଚଳର 21 ନମ୍ବର ୱାର୍ଡ ଅନ୍ତର୍ଗତ ସଞ୍ଜୟ କଲୋନୀ, କଙ୍କଡ଼ପାଳ ପଂଚାୟତର ନରଣପୁର ଗ୍ରାମ ଏବଂ 19, 20, 21 ନମ୍ବର ୱାର୍ଡର ସମସ୍ତ ବାସିନ୍ଦା , ଶବର ସାହିର ଲୋକେ ବିପଦ ସଂକୁଳ ଅବସ୍ଥାରେ ଏହି ରେଳ ଷ୍ଟେସନ ଦେଇ ସହର ସହ ଯୋଗାଯୋଗ କରୁଛନ୍ତି । ପାଠ ପଢ଼ୁଥିବା ପିଲାମାନେ ଅତ୍ୟନ୍ତ ବିପଦ ପୂର୍ଣ ଭାବେ ନାଳ ଓ ରେଳ ଟ୍ରାକ ଦେଇ ଉପରପାର୍ଶ୍ୱରେ ଥିବା ବିଦ୍ୟାଳୟକୁ ପଢିବାକୁ ଆସୁଛନ୍ତି । ଏପରିକି ରୋଗୀ ଟିଏ ଦେହ ଅସୁସ୍ଥ ହେଲେ ଡାକ୍ତରଖାନା ନେବାକୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଗତ 2019 ମସିହା ଜାନୁୟାରୀ ମାସରେ ଢେଙ୍କାନାଳ ରେଳଷ୍ଟେସନ କୁ ପରିଦର୍ଶନ କରି ଆସିଥିବା ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର ଙ୍କୁ ଏହି ରେଳପଥ ତଳେ ସୁଡଙ୍ଗ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଜଣାଇବା ସହ ତତ୍କାଳୀନ ଢେଙ୍କାନାଳ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିଲା ନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏଥି ସମେତ ବର୍ତ୍ତମାନ ଆହୁରି ନୂତନ ରେଳଧାରଣା ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାରୁ ଏହା ଅଂଚଳ ବାସୀଙ୍କ ନିମନ୍ତେ ଆହୁରି ବାଧକ ସୃଷ୍ଟି କରିଛି । ତେଣୁ ଅଂଚଳବାସୀ ନିବେଦନ କରିଛନ୍ତି କି ଯଦି ସରକାର ଏଥି ପ୍ରତି କୌଣସି ଚିନ୍ତା ନ କରନ୍ତି ତେବେ କଲୋନୀ ବାସୀଙ୍କ ସମେତ ନରଣପୁର ଗ୍ରାମବାସୀ ଶାନ୍ତିପୂର୍ଣ ଭାବେ ରେଳ ରୋକ କରିବେ ।

Leave a Reply

Your email address will not be published. Required fields are marked *