ସାମାଜିକ ସଂଗଠନର ସ୍ୱଚ୍ଛତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ୟୁଥ୍ ଫର ଆକ୍ସନ ସାମାଜିକ ସଙ୍ଗଠନ ଏବଂ ପଣ୍ଡୁସର ଗ୍ରାମର ଶ୍ରୀ ରଘୁନାଥ ଜିଉ ପରିବେଶ ସମିତିର ମିଳିତ ଆନୁକୁଲ୍ୟରେ ପଣ୍ଡୁସର ଶୈବପୀଠ ଠାରେ ବୃକ୍ଷ ରୋପଣ ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନ ସଭ୍ୟମାନେ ନୟାଗଡ଼ ରେ ଜଙ୍ଗଲ ସୃଷ୍ଟି ଏବଂ ପରିବେଶ ର ସୁରକ୍ଷା ପାଇଁ ସପ୍ତାହକୁ ଥରେ ଦୁଇ ଘଣ୍ଟା ସମୟର ଦେବାପାଇଁ ସଂକଳ୍ପ କରିଥିଲେ ।

ସଙ୍ଗଠନ କୁ ମଜଭୁତ କରିବା ଏବଂ ପରିବେଶ ସୁରକ୍ଷା ନିମନ୍ତେ କିପରି କାର୍ଯ୍ୟ କରାଯିବ ସେ ସମ୍ପର୍କରେ ଜିଲ୍ଲା ସଭାପତି ପରମେଶ୍ୱର ସାହୁ ଏବଂ ଜିଲ୍ଲା ପ୍ରଭାରୀ ସଂଜୟ କୁମାର ନାୟକ ନିଜ ନିଜର ମତ ରଖିବା ସହିତ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଜନସାଧାରଣ ଙ୍କ ନିକଟତର ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ-ସଭାପତି ପ୍ରଫୁଲ୍ଲ ଖୁଣ୍ଟିଆ, ସାଧାରଣ ସମ୍ପାଦକ ଜୀବନ ଘଡେ଼ଇ, ସୁଜିତ ମନୋହର ଦାସ, ଜୟନ୍ତୀ ପ୍ରଧାନ, ଅପୁରୀ ପ୍ରଧାନ, ଶାନ୍ତିଲତା ବିଶ୍ୱାଳ , ପାର୍ବତୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *