ସରପଞ୍ଚଙ୍କ କଳା କାରନାମା ଯୋଗୁଁ ” କୁସୁପଙ୍ଗି” ଗ୍ରାମର ନାଁ ବଦନାମ ହେଉଥିବାରୁ ସାମାଜିକ ଗଣମାଧ୍ୟମରେ କ୍ଷୋଭ
ବାଙ୍କୀ / ଡମପଡା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମନରେଗା ମହାଘୋଟଲା କୁ ନେଇ ବିଗତ ଏକ ସପ୍ତାହ ଧରି ଖବର ର ଶୀର୍ଷରେ ରହିଛି ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ର କୁସୁପଙ୍ଗି ଗ୍ରାମ ପଞ୍ଚାୟତ . ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ପରିଡା ଏବଂ ତାଙ୍କ ସ୍ୱାମୀ ତଥା ଡମପଡା ବ୍ଲକ ଯୁବ ବିଜେଡି ସଭାପତି ସଭାପତି ଅସୀତ ଜେନା ଙ୍କର ବିଭିନ୍ନ କଳା କାରନାମାର ପର୍ଦ୍ଦାଫାଶ ହେବା ସହିତ ଏ ସମ୍ପର୍କିତ ବିଭିନ୍ନ ଖବର ଗଣମାଧ୍ୟମରେ ପ୍ରସାରଣ ହେଉଛି . ତେବେ ଖବର ପ୍ରସାରଣ ଉତ୍ତାରେ ଆମର ହସ୍ତଗତ ହୋଇଛି କିଛି ପ୍ରତିକ୍ରିୟା . ଆମ ସାମାଜିକ ଗଣମାଧ୍ୟମ ସାଇଟ ର କିଛି ପାଠକ ତଥା ଶୁଭେଛୁ ନିଜର ଫେସବୁକ ପେଜ ରେ ତାଙ୍କର ପ୍ରତିକ୍ରିୟା ରଖିବା ପରେ , ସେମାନଙ୍କର ମତାମତକୁ ସମ୍ମାନ ଜଣାଇ ଏ ପୋଷ୍ଟ କରାଯାଉଛି . ଦୁର୍ନୀତି ସମ୍ପର୍କିତ ପ୍ରତିଟି ଖବରରେ ବାଙ୍କୀ , ଡମପଡା ଏବଂ କୁସୁପଙ୍ଗି ର ନାମ ଯୋଡି ହେଉଛି . କୁସୁପଙ୍ଗି ଗ୍ରାମର କିଛି ବାସିନ୍ଦା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି , ଏପରି ଭାବରେ ସେମାନଙ୍କର ଗାଁ’ ର ନାମ ବଦନାମ ହେଉଛି . ତେବେ ସେମାନଙ୍କର ସମସ୍ତ କ୍ଷୋଭ ଏବଂ ପ୍ରଶ୍ନକୁ ସେମାନେ ଲଦିଛନ୍ତି ପଞ୍ଚାୟତର ନିର୍ବାଚିତ ସରପଞ୍ଚଙ୍କ ଉପରେ . ଏପରିକି ସାମାଜିକ ଗଣମାଧ୍ୟମ ଜରୀଆରେ ସରପଞ୍ଚଙ୍କୁ ପଚାରିଛନ୍ତି କିଛି ପ୍ରଶ୍ନ !!

ପାଠକ ମାନଙ୍କୁ ଆମେ କହିବାକୁ ଚାଁହୁ , ଖବର ରେ ଇଛାକୃତ ଭାବରେ କୌଣସି ଗାଁ ‘ର ନାମକୁ ଯୋଡି ତାକୁ ସାମଗ୍ରିକ ଭବରେ ନିନ୍ଦିତ କରିବା ଆମର ଉଦ୍ଦେଶ୍ୟ ନୁହେଁ . କିନ୍ତୁ ଏ ଘଟଣା ଟି ସଂପୂର୍ଣ୍ଣ ଭାବରେ ଭୌଗଳିକ ଅବସ୍ଥିତି ସୂଚକ ଖବର ଅଟେ , ଯେହେତୁ ନିର୍ମାଣ କାମରେ ଦୁର୍ନୀତିର ଅଭିଯୋଗ ଆସିଛି . ଖବର ସମ୍ପାଦନା ସମୟରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ ପାଇଁ ଏହା ଜରୁରୀ ହୋଇ ପଡୁଛି . ଯେମିତିକି , କେଉଁ ପଞ୍ଚାୟତର ସରପଞ୍ଚ ?? କେଉଁ ସ୍ଥାନରେ ନିର୍ମାଣ କାମ ହୋଇଛି ?? କୋଉ ବ୍ଲକ ର ସଭାପତି ଦାୟିତ୍ୱରେ ଅଛନ୍ତି ?? ଜବ କାର୍ଡ ରେ ଠିକଣା କଣ ଅଛି ?? ସେ ପଞ୍ଚାୟତ ଏବଂ ବ୍ଲକ କୋଉ ନିର୍ବାଚନ ମଣ୍ଡଳୀ ଅଧୀନରେ ?? ଏ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆପେ ଆପେ କିଛି ସ୍ଥାନର ନାଁ ନେବାକୁ ପଡୁଛି . ଏହା ଆମର ଏକ ଅନିଚ୍ଛାକୃତ ସମ୍ପାଦନା . ସେ ଅଞ୍ଚଳ , ପଞ୍ଚାୟତ ବିଶେଷ କରି ଗ୍ରାମର ଲୋକମାନଙ୍କୁ ନିଜ ଗାଁ ର ନାଁ ଏପରି ଖବର ରେ ଯୋଡି ହେଉଥିବାର ଶୁଣି ଭଲ ଲାଗୁ ନଥିବ , ହେଲେ ଅଗତ୍ୟା . . . ତେବେ ସାମାଜିକ ଗଣମାଧ୍ୟମରେ ଆପଣମାନେ ପଚାରିଥିବା ପ୍ରଶ୍ନକୁ ଆମେ ପୁଣି ଦୋହରାଉଛୁ , ଆଶା କରୁଛୁ ସରପଞ୍ଚ ମହାଶୟା ସେ ସବୁର ଉତ୍ତର ଦେବେ .

ତେବେ ପାଠକ ମାନଙ୍କୁ ଗୋଟିଏ ପଦ – ନିଜ ମାଟି ମା , ‘ ଗାଁ ‘ , ଜନନୀ , ଜନ୍ମଭୂମି କେବେ ନିନ୍ଦିତ ହୁଏ ନାହିଁ – ଶାସ୍ତ୍ର କହୁଛି ” କୁପୁତ୍ର ଜାୟତେ କ୍ଵଚିତ : ନାପି କୁମାତା ଭବତି ” . ପୁତ୍ର କୁପୁତ୍ର ହୋଇପାରେ , ହେଲେ ମାତା କେବେ କୁମାତା ହୁଏ ନାହିଁ . ଲଜ୍ଜା ତ ସେମାନଙ୍କୁ ଲାଗିବା କଥା ଯାହାର କଳା କାରନାମା ଆଉ କେଳେଙ୍କାରୀ କାରଣରୁ ଅପବାଦ ଭରା ଖବରରେ ଗାଁ ର ନାଁ ଯୋଡି ହେଉଛି . ମହାଘୋଟଲାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପର୍ଯ୍ୟନ୍ତ ଆମର ସ୍ୱର ଦୃଢ ରହିବ !! ଆଗକୁ ଆଉ କିଛି ଖବରରେ ଆପଣଙ୍କୁ ନିଜ ଗାଁ ର ନାଁ ପଢିବାକୁ ଶୁଣିବାକୁ ମିଳିପାରେ !! ସେଥିପାଇଁ ଆମେ ଆଗୁଆ ଦୁଃଖ ପ୍ରକାଶ କରୁଛୁ . ତେବେ ନିଜ ଗାଁ ମାଟି ମା ପାଇଁ ଆପଣ ମାନଙ୍କ ମନରେ ଥିବା ମହତ ଭାବନାକୁ ଆମର ପ୍ରଣାମ !!

