ଡମପଡା ବ୍ଲକ ଯୁବ ବିଜେଡି ସଭାପତି ବିଦାହେବା ଥୟ : ସଂଗଠନ ମଙ୍ଗ ଧରିପାରନ୍ତି ଭାଗିରଥି !!!

Spread the love

ମହାଙ୍ଗା ପଡିଲା ମନରେଗା ଘୋଟଲା : ବଢ଼ିଲା ଦଳୀୟ ଚାପ – ପଦବୀରୁ ଇସ୍ତଫା ଦେଲେ ଅସୀତ ଜେନା

ବାଙ୍କୀ / ଡମପଡା ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମନରେଗା ମହାଦୁର୍ନୀତିରେ ଛନ୍ଦି ହୋଇ ବିବାଦୀୟ ହେବା ପରେ ନିଜ ରାଜନୈତିକ ପଦବୀରୁ ହାତ ଧୋଇଲେ କୁସୁପଙ୍ଗି ର ଯୁବ ବିଜେଡି ନେତା ଅସୀତ ଜେନା . ଦଳୀୟ ନେତା ଏବଂ ସଂଗଠନର ଉଚ୍ଚ ଅଧିକାରୀଙ୍କ ପାଖରେ ଇସ୍ତଫା ପତ୍ର ପହଁଚିଥିବା ସମୟରେ କେବଳ ଔପଚାରିକ ଘୋଷଣା ବାକି ରହିଛି . ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଥିବାରୁ ଜଣେ ଦକ୍ଷ ବ୍ୟକ୍ତିଙ୍କୁ ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଭାବରେ ଦାୟିତ୍ୱ ପ୍ରଦାନ ପାଇଁ ବିଚାର ବିମର୍ଷ ଚାଲିଛି . ତେବେ ଜିଲ୍ଲା କାର୍ଯ୍ୟାଳୟରୁ ପ୍ରାପ୍ତ ସୂଚନା ଅନୁସାରେ ସଂଗଠନର ମଙ୍ଗ ଧରିପାରନ୍ତି ଭାଗିରଥି ପାଣି . ପୂର୍ବ ବାଙ୍କୀ ଅନ୍ତର୍ଗତ ରଗଡି ଗ୍ରାମ ପଞ୍ଚାୟତର ବିଜେଡି ନେତା ଭାଗିରଥି ପାଣି ଦୀର୍ଘ ଦିନ ଧରି ଦଳୀୟ ସଙ୍ଗଠନରେ କାମ କରୁଥିବା ସମୟରେ ନିଜ ପଞ୍ଚାୟତ ରାଜନୀତିରେ ବେଶ ପତିଆରା ରହିଛି .

Leave a Reply

Your email address will not be published. Required fields are marked *