ନୟାଗଡ ଜିଲ୍ଲାରେ ନିର୍ମାଣ ହେବ ୫ ଷ୍ଟାଡିଅମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାରେ ନିର୍ମାଣ ହେବ ୫ ଷ୍ଟାଡିଅମ . ରାଜ୍ୟ ସରକାର କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ କ୍ୟାବିନେଟ ତରଫରୁ ମୋଟ ୮୯ ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଦଶପଲ୍ଲା, ରଣପୁର ,ଖଣ୍ଡପଡ଼ା, ଓଡ଼ଗାଁ ସମେତ ନୟାଗଡ଼ ପୈାରାଞ୍ଚଳ କୁ ମିଶାଇ ୫ଟି ଷ୍ଟାଡିୟମ ନିର୍ମାଣ ନିମନ୍ତେ ଅନୁମୋଦନ ମିଳିଛି । ଜିଲ୍ଲା ରେ ପାଞ୍ଚଟି ଷ୍ଟାଡିୟମ ନିର୍ମାଣ କରାଯିବା ଘୋଷଣା ପରେ କ୍ରୀଡ଼ା ପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ଉଦ୍ଦେଶ୍ୟରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବହୁ କ୍ରୀଡା ପ୍ରେମୀ ଏବଂ ଜନସାଧାରଣ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ଟ୍ରାଫିକ ଛକ ନିକଟରେ ସାଧାରଣ ସଭା ଆୟୋଜନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ନୟାଗଡ ଜିଲ୍ଲାରେ ଇନଡୋର ଷ୍ଟାଡିଅମ ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ , ଜିଲ୍ଲାରେ ଥିବା ପ୍ରତିଭାବାନ କ୍ରୀଡ଼ାବିତ ସେମାନଙ୍କର ପ୍ରତିଭା ବିକାଶ ନିମନ୍ତେ ଭରପୁର ସୁଯୋଗ ପାଇପାରିବେ .

Leave a Reply

Your email address will not be published. Required fields are marked *