କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସମଲ ବ୍ୟାରେଜ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ନୂତନ ଗୃହ ନିର୍ମାଣ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ । ପାଲଲହଡା ବିଧାୟକ ମୁକେଶ କୁମାର ପାଳ କାର୍ଯ୍ୟକ୍ରମରେ ଯୋଗଦେଇ , ପ୍ରଥମେ ହାଇସ୍କୁଲ ପାଖ ମାର୍କେଟରେ ଥିବା ମା ତାରିଣୀ ମନ୍ଦିରରେ ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଭୂମିପୂଜା ପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସାହୁ ଙ୍କ ସହିତ ବିଦ୍ୟାଳୟର ସୁବିଧା ଅସୁବିଧା ଓ ପାନୀୟ ଜଳର ସମସ୍ୟା ବିଷୟରେ ଆଲୋଚନା କରିଥିଲେ ମାନ୍ୟବର ବିଧାୟକ । ବ୍ଲକ ସଭାପତି କୈଳାସ ଚନ୍ଦ୍ର ସାହୁ , ପାଲଲହଡା ବ୍ଲକ ଅଧ୍ୟକ୍ଷ ନବକିଶୋର ନାଏକ, ସମଲ ଗ୍ରାମପଞ୍ଚାୟତ ସଭାପତି କୁବେର ସାହୁ, ଯୁବ କାର୍ଯ୍ୟକାରୀ ସଭାପତି ବାବୁ ପ୍ରଧାନ , ଜିଲ୍ଲା ସଂପାଦକ ପ୍ରଦୀପ କୁମାର ସାମଲ , ପୂର୍ବତନ ସରପଞ୍ଚ ଜୟନ୍ତ ପ୍ରଧାନ ଓ ବହୁ ବିଜେଡି ନେତା ଓ କର୍ମକର୍ତ୍ତା କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଥିଲେ ।
ସମଲବ୍ୟାରେଜ ସରକାରୀ ଉଚ୍ଚ ବିଦ୍ୟାଳୟ ନୂତନ ଗୃହ ନିର୍ମାଣ ନିମନ୍ତେ ଭୂମିପୂଜନ !!!

