ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ ରେ ପାଣିକୋଇଲି ଉପଖଣ୍ଡ ଅଧିକାରୀଙ୍କୁ ଘେରିଲେ ବିଦ୍ୟୁତ ଉପଭୋକ୍ତା । ସଠିପୁର, ରୁମାପଶି , କରଦା, ବାଲିପସି, ବ୍ରଜନଗର, ରୁଢ଼ିଆ ଆଦି ଅଞ୍ଚଳର ବିଦ୍ୟୁତ ଉପଭୋକ୍ତା ମାନେ ବିଦ୍ୟୁତ ସେବା ପାଇବା ରୁ ବଂଚିତ ହେଉଥିବା ବେଳେ ଆଜି ପାଣିକୋଇଲି ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ ଆନ୍ଦୋଳନ କରିଥିଲେ । ଅଘୋଷିତ ବିଦ୍ୟୁତ କାଟ ସହିତ ଦୀର୍ଘ ମାସେ ହେଲା ଉପଭୋକ୍ତା ମାନେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ତେବେ ଅସହ୍ୟ ଗରମ , ପିଲା ମାନଙ୍କ ପାଠ ପଢା , ରୋଗାଗ୍ରସ୍ତ ଲୋକ ଙ୍କ ଉପରେ ଏହାର ପ୍ରଭାବ ପଡୁଛି । ଉପଭୋକ୍ତା ମାନେ ପ୍ରତିମାସ କୁ ମାସ ନିୟମିତ ବିଦ୍ୟୁତ ଶୁଳ୍କ ପୈଠ କରୁଥିବା ବେଳେ ଆମ ପ୍ରତି ବିଦ୍ୟୁତ ଅଧିକାରୀଙ୍କ ଏ ବୈମାତୃକ ମନୋଭାବ କଣ ପାଇଁ ବୋଲି ଅଭିଯୋଗ କରିଛନ୍ତି ଉପଭୋକ୍ତା । ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅନ୍ୟପଟେ ବିଭାଗୀୟ ଅଧିକାରୀ କହିଛନ୍ତି କି ବର୍ଷା ନ ହେବା ଯୋଗୁଁ ଅଞ୍ଚଳ ର ଚାଷୀ ମାନେ ଉଠା ଜଳସେଚନ ପ୍ରକଳ୍ପ ଗୁଡିକୁ ଚାଲୁ କରୁଥିବା ରୁ ଏ ସମସ୍ୟା ସୃଷ୍ଟି ହୋଇଛି । ଯଥାଶୀଘ୍ର ଏ ସମସ୍ୟା କୁ ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।