ମଧୁସୂଦନ ସେତୁ ରେ ଆଲୋକୀକରଣ ବ୍ୟବସ୍ଥା ପାଇଁ ଦାବୀପତ୍ର ପ୍ରଦାନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ସେତୁ ନିର୍ମାଣକୁ ବିତିଗଲାଣି ଦୀର୍ଘ ଦିନ . ହେଲେ ଏବେ ଯାଏଁ ହୋଇପାରୁନି ଆଲୋକୀକରଣ ବ୍ୟବସ୍ଥା . ସନ୍ଧ୍ୟା ପରେ ଅନ୍ଧାରର ରାଜୁତି କାରଣରୁ ବଢୁଛି ଅସାମାଜିକ ତତ୍ତ୍ୱଙ୍କ ପ୍ରାଦୁର୍ଭାବ . କଟକ ସହର ଉପକଣ୍ଠ ମଧୁସୂଦନ ସେତୁରେ ତୁରନ୍ତ ଆଲୋକିକରଣ ବ୍ୟବସ୍ଥା କରିଵା ସହିତ ସେତୁ ଉପରେ ଜମି ରହିଥିବା ବାଲିକୁ ସଫା କରିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ସାମାଜିକ ସଂଗଠନର ଦାବୀପତ୍ର ପ୍ରଦାନ . କଟକ ସହରର ଅଗ୍ରଣୀ ସାମାଜିକ ସଂଗଠନ ଏଇତ ଜୀବନ ତରଫରୁ କଟକ ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ଦିଆ ଯାଇଛି । ସୂଚନାଯୋଗ୍ୟ ଯେ , ସେତୁ ଉପର ଦେଇ ଅବାଧ ବାଲି ବୋଝେଇ ଭାରୀଯାନ ଚଳାଚଳ କାରଣରୁ ବାଲି ଜମି ରହି ଦୁର୍ଘଟଣା ଘଟୁଛି . ଜଦି ତୁରନ୍ତ ଏହାର ସମାଧାନ କରିବା ସହିତ କାର୍ଯ୍ୟକାରି କରା ନଯାଏ , ତେବେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠାନର ସଦସ୍ୟ ମାନେ ଅନସନରେ ବସିବେ ବୋଲି ସଂଗଠନର ଉପଦେଷ୍ଟା ତଥା ସମାଜସେବୀ ସଞ୍ଜିତ ସାମଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *