କେନ୍ଦ୍ରାପଡାରେ ରାଜ୍ୟ ଜନଶକ୍ତି ପାର୍ଟି ର କାର୍ଯ୍ୟାଳୟ ନିର୍ମାଣ ପାଇଁ ଭୂମି ପୁଜନ ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ଜିଲ୍ଲାରେ ଜନଶକ୍ତି ପାର୍ଟିର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଆଜି ଭୂମି ପୂଜା ଅନୁଷ୍ଠିତ ହୋଇଛି । ଡେରାବିଶ ବ୍ଲକର ଅଞ୍ଚଳର ଭ୍ରମରଦିଆ ପାଟଣଣା ରେ ଏହି ନୂତନ କାର୍ଯ୍ୟାଳୟର ଶିଳାନ୍ୟାସ କରିଛନ୍ତି ପାର୍ଟିର ରାଜ୍ୟ ସଭାପତି ଆଡଭୋକେଟ ପ୍ରଦୀପ କୁମାର ଦାଶ । ଏହି ଉତ୍ସବରେ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ସଦସ୍ୟ ଓ ଶୁଭେଚ୍ଛୁ ମାନେ ଯୋଗ ଦେଇଛନ୍ତି । ବଦାନ୍ୟ ବ୍ୟକ୍ତି ଓ ପାର୍ଟିର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କ ଆର୍ଥିକ ସହାୟତାରେ ଏହି କାର୍ଯ୍ୟାଳୟ ନିର୍ମାଣ ହେବାକୁ ଯାଉଛି । ପାର୍ଟି କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ସୁଖଦୁଃଖରେ କାମ କରୁଥିବାରୁ ଜନଶକ୍ତି ପାର୍ଟି ପ୍ରତି ଲୋକମାନେ ଆକୃଷ୍ଟ ହେଉଥିବା ଦଳର ସଭାପତି ପ୍ରଦୀପ ଦାଶ କହିଛନ୍ତି ।

Leave a Reply

Your email address will not be published. Required fields are marked *