ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନିୟତି ଭିନ୍ନକ୍ଷମ ଅନୁଷ୍ଠାନ ପରିସରରେ ସ୍ଵାଧୀନତା ଦିବସ ପାଳନ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରଣିପେଣ୍ଠ ସ୍ଥିତ ନିୟତି ଅନୁଷ୍ଠାନ ପରିସରରେ ୭୫ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି . ଏହି ଶୁଭ ଅବସରରେ ଗଜପତି ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ହରିମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପତାକା ଉତୋଳନ କରି ଭିନ୍ନକ୍ଷମ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନିୟତି ର କର୍ମଚାରୀ ଶିକ୍ଷକ ଶିକ୍ଷିକାଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ କହିଥିଲେ । ମୁଖ୍ୟ ବକ୍ତା ଭାବେ ଅନୁଶ୍ରୀ ପଟ୍ଟନାୟକ ଯୋଗଦେଇ ମାନସିକ ଅନଗ୍ରସର ଏକ ରୋଗ ନୁହେଁ ବରଂ ଏକ ଅବସ୍ଥା ମାତ୍ର । ସ୍ଵାଧୀନ ଭାରତର ଏମାନେ ଆମର ଅମୃତ ସନ୍ତାନ ଏମାନଙ୍କର ସୁରକ୍ଷା, ତାଲିମ୍, ଶିକ୍ଷା ସରଳ ସାବଲୀଳ ଢଙ୍ଗରେ ଗୀତ ନୃତ୍ୟ ଖେଳ ମାଧ୍ୟମରେ ହେବା ବାଞ୍ଛନୀୟ କହିଥିଲେ । କାର୍ଯ୍ୟକ୍ରମକୁ ନିୟତିର ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ, ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ଡାକୁଆ, ଶାଶ୍ଵତୀ ବେବର୍ତ୍ତା, ସୁନିତ ଗମାଙ୍ଗ, ସେବିକା ଅନ୍ନପୂର୍ଣ୍ଣା ନାୟକ ପ୍ରଭୃତି ପରିଚାଳନା କରିଥିଲେ ।