ଭିଜିଲାନ୍ସ ଜାଲରେ ପଡିଲେ ନୟାଗଡ଼ ଜିଲ୍ଲା ପୂର୍ବତନ ଶିଳ୍ପ ତାଲିମ କେନ୍ଦ୍ର ଆଇପିଓ ସୀତାରାମ ସାହୁ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭିଜିଲାନ୍ସ ଜାଲରେ ପଡିଲେ ନୟାଗଡ଼ ଜିଲ୍ଲା ପୂର୍ବତନ ଶିଳ୍ପ ତାଲିମ କେନ୍ଦ୍ର ଆଇପିଓ ସୀତାରାମ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପୁରୀ ଏବଂ ନୟାଗଡ଼ ଜିଲ୍ଲାର ୮ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଜାଇଛି । ପୂର୍ବରୁ ନୟାଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଡିଆଇସି ଦାୟିତ୍ୱରେ ରହିଥିବା ସୀତାରାମ କିଛିଦିନ ହେବ ପୁରୀ ଜିଲାକୁ ବଦଳି ହୋଇଥିଲେ । ଆଜି ନୟାଗଡ଼ ସହର ଲକ୍ଷ୍ମଣନଗର ଏବଂ କଣ୍ଟିଲୋ ସ୍ଥିତ ପୈତୃକ ବାସ ଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାଯାଇଛି । ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୮ଟି ଟିମ୍ ମଧ୍ୟରେ ୪ ଜଣ ଡିଏସପି, ୫ ଇନସପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ତେବେ ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ସୀତାରାମ ସାହୁ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ତାହା ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ହୋଇନାହିଁ . କିନ୍ତୁ ବିଭିନ୍ନ ବେଆଇନ କାମରେ ସମ୍ପୃକ୍ତି ନେଇ ତାଙ୍କ ବିରୋଧରେ ରହିଛି ଅଭିଯୋଗର ଲମ୍ବା ତାଲିକା .

Leave a Reply

Your email address will not be published. Required fields are marked *