ଟୀକାଦାନ ବନ୍ଦ ପାଇଁ ହୀନ ଚକ୍ରାନ୍ତ ନିନ୍ଦନୀୟ : ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର କିଶନନଗର ଥାନା ଅରିଲୋ ପଞ୍ଚାୟତର ଅରିଲୋ ସ୍କୁଲରେ ସ୍ଥାନୀୟ ଦିବ୍ୟାଙ୍ଗ, ବୃଦ୍ଧ ତଥା ମହିଳା ଓ ଜନସାଧାରଣଙ୍କୁ ସୁବିଧାରେ ଭାକ୍ସିନ୍ ଦେବାପାଇଁ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତା ମାନେ ସିଡିଏମୋ, ବେଣ୍ଟକାର ଓ କିଶନନଗର ସ୍ୱାସ୍ଥ୍ୟ ବିଭାଗୀର ଅଧିକାରୀଙ୍କ ଅନୁମତି କ୍ରମେ ଭାକ୍ସିନ୍ କ୍ୟାମ୍ପ୍ ଆୟୋଯନ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ଗତ ରାତିରେ ଅନୁମତି ଦେଇଥିଲେ । ମାତ୍ର ଆଜି ସକାଳୁ ବିଜେଡିର ପଞ୍ଚାୟତ ସଭାପତି ଆଲୋକ ଖଣ୍ଡୁଆଳଙ୍କ ଚାପରେ ଅନୁମତି ପତ୍ର, ଦରଖାସ୍ତ ଆଦିର ବାହାନା କରି ଭାକ୍ସିନ୍ ସହ ଡାକ୍ତରୀ ଟିମକୁ ଫେରାଇ ଦେଇଥିଲେ । ଭାକ୍ସିନ୍ ନେବା ପାଇଁ ଆସିଥିବା ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଜେଡିର ପଞ୍ଚାୟତ ସଭାପତି , ଠିକାଦାର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତୀବ୍ର ବିରୋଧ କରିବାସହ ଦୃଢ଼ ନିନ୍ଦା କରାଯାଇଛି । ଏହାକୁ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ହୀନମନ୍ୟତା ବୋଲି ମତବ୍ୟକ୍ତ କରିଛନ୍ତି । ପରେ ଦେଖିବାକୁ ମିଳିଛି ସେଇ ପଞ୍ଚାୟତ ସଭାପତି ସ୍କୁଲ୍ ପରିସରକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବେ ବ୍ୟବହାର କରିଆସୁଛନ୍ତି । ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକଳାପକୁ ନେଇ ଲୋକପ୍ରିୟତା ବୃଦ୍ଧି ପାଉଥିବା ଦେଖି ଶାସକ ଦଳ ଚାପ ପକାଇ ଭାକ୍ସିନେସନ୍ କାର୍ଯ୍ୟକ୍ରମକୁ ବନ୍ଦ କରାଇଛନ୍ତି ବୋଲି ସାଧରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *