ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବେସାହାରା ଭିନ୍ନକ୍ଷମ ପରିବାର !!!

Spread the love

ମୋରଡା ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ତହସିଲଦାର ଙ୍କୁ ଭେଟିଲେ ଗୋଚର ଜମିରୁ ଉଚ୍ଛେଦ ପରେ ବେସାହାରା ହେଇଥିବା ଭିନ୍ନକ୍ଷମ ପରିବାର . ଗୋଚର ଜମି ରୁ ଗୃହ ଉଚ୍ଛେଦ ପରେ ବେସାହାରା ହେଲେ ଭିନ୍ନକ୍ଷମ ପରିବାର – ଏ ଖବର ପ୍ରକାଶନ ପରେ ଆଜି ମୟୂରଭଞ୍ଜ ଜିଲ୍ଲା ଦିବ୍ୟଙ୍ଗ ସଂଘ ର ସଭାପତି ଅରୁଣ କୁମାର ବେହେରା ଉକ୍ତ ପରିବାର କୁ ନ୍ୟାୟ ଦେବା ପାଇଁ ସ୍ଥାନୀୟ ତହସିଲଦାର ନୀର୍ଲିପ୍ତା ମହାନ୍ତି ଙ୍କୁ ଭେଟି ବେସାହାରା ପରିବାରର ଦୁଃଖ ଜଣାଇଛନ୍ତି . ଗୃହ ଉଚ୍ଛେଦ ପୂର୍ବ ରୁ ଉକ୍ତ ଭିନ୍ନକ୍ଷମ ପରିବାର ତରଫରୁ ଏକ ଅଭିଯୋଗ ପତ୍ର ତହସିଲଦାର ଙ୍କୁ ଦିଆଯାଇଥିଲା । ଉକ୍ତ ଅଭିଯୋଗ ରେ ଭିନ୍ନକ୍ଷମ ପୁଅଟିର ଶରୀର ଅସୁସ୍ଥ ଥିବାରୁ ତାଙ୍କ ଘରଟି ଭଙ୍ଗା ନଯାଇ ସେଠାରେ ରହିବାକୁ ଆଉ କିଛିଦିନ ସମୟ ଦିଆଯିବା ସହ ଉକ୍ତ ଗ୍ରାମରେ ଅନ୍ୟ ବ୍ୟକ୍ତି ମାନେ ମଧ୍ୟ ସରକାରୀ ଜାଗା ଜବରଦଖଲ କରିବା ସହ ଗୃହ କରି ବସବାସ କରି ଆସୁଛନ୍ତି । ସେମାନଙ୍କୁ କାହିଁକି ଗୃହ ଉଚ୍ଛେଦ ପାଇଁ ନୋଟିସ ଜାରି କରାଯାଇନାହିଁ ବୋଲି ଦର୍ଶାଯାଇଥିଲା । ଏହା ଉପରେ ବିଚାର କରାଯାଉବୋଲି ଅଭିଯୋଗ କରିଥିଲେ ମଧ୍ୟ ତହସିଲଦାର ଏଥିପ୍ରତି ଦୃଷ୍ଟି ନଦେଇ , ଏକପାଖିଆ ନିଷ୍ପତି ନେଇ ଗୃହ ଉଚ୍ଛେଦ କରିବା ଘଟଣାକୁ ନିନ୍ଦା କରିଥିଲେ । ଉକ୍ତ ଭିନ୍ନକ୍ଷମ ପରିବାରକୁ କ୍ଷତପୂରଣ ଓ ଥଇଥାନ ର ବ୍ୟବସ୍ଥା କରି ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ତହସିଲଦାରଙ୍କୁ ଜଣାଇଥିଲେ । ପରେ ସଂଘର ସଭାପତି କାନପୁର ସ୍ଥିତ ନିବାସ ସାହି କୁ ଯାଇ ବେସାହାରା ହୋଇଥିବା ଭିନ୍ନକ୍ଷମ ପରିବାରକୁ ଭେଟି ତାଙ୍କ ଦୁଃଖ ବୁଝିବା ସହ ନ୍ୟାୟ ପାଇଁ ଉକ୍ତ ପରିବାର ସହ ବାରିପଦା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତାକାଲି ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି .

Leave a Reply

Your email address will not be published. Required fields are marked *