ନିଆରା ଢଙ୍ଗରେ ପାଳନ କଲେ ରକ୍ଷାବନ୍ଧନ ଉତ୍ସବ !!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସମଲର ଯୁବ ସମାଜସେବୀ ମାନେ ନିଆରା ଢଙ୍ଗରେ ପାଳନ କଲେ ରକ୍ଷାବନ୍ଧନ ଉତ୍ସବ । ଆଜି ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିବସ ତଥା ରକ୍ଷାବନ୍ଧନ ଅବସରରେ କଣିହାଁ ବ୍ଲକ ସମଲ ଗ୍ରାମ ପଞ୍ଚାୟତର ଯୁବ ସମାଜସେବୀ ମାନେ ମିଶି ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରଠାରେ କିଛି କୁନି କୁନି ପିଲାମାନଙ୍କୁ ବସ୍ତ୍ର ବଣ୍ଟନ ସହିତ ରାକ୍ଷୀ ପିନ୍ଧାଇ. ମିଠା ଖୁଆଇ ଏକ ନିଆରା ଢଙ୍ଗରେ ଉତ୍ସବ ପାଳନ କଲେ । କାର୍ଯ୍ୟକ୍ରମରେ ଯୁବ ସାମାଜିକ କର୍ମୀ ଦୀପକ ସାହୁ , ବୁଦ୍ଧଦେବ ବାହାଦୁର ଓ ବରିଷ୍ଠ ସମାଜସେବୀ ଇନ୍ଦ୍ରଜିତ ସାହୁ ସମସ୍ତ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମଲ ଗ୍ରାମପଞ୍ଚାୟତର ବିଜେଡି ସଭାପତି କୁବେର ସାହୁ, କୃଷ୍ଣଚନ୍ଦ୍ର ନାୟକ, ଦିନେଶ ବେହେରା, ଶାନ୍ତନୁ ଦାଶ, ସୁବାଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *