ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଙ୍କୁ ନୟାଗଡ଼ ଡିଜିଟାଲ ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ିଶାର ସର୍ବ ପୁରାତନ ଉତ୍କଳ ସାମ୍ବାଦିକ ସଂଘ ର ନବ ନିଯୁକ୍ତ ରାଜ୍ୟ ସଭାପତି ତଥା ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ପ୍ରମୋଦ ପଟ୍ଟନାୟକ ଙ୍କୁ ନୟାଗଡ଼ ଡିଜିଟାଲ ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ବେଣୁଧର ପଣ୍ଡା ଯୋଗଦେଇ ସଙ୍ଘର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଡିଜିଟାଲ ମିଡିଆ ସଂଘ ର ସଭାପତି ଅନୱର ଅଲ୍ଲୀ ଏବଂ ସମ୍ପାଦକ କିଶୋର ମହାପାତ୍ର ଯୋଗଦେଇ ନୟାଗଡ଼ ଜଣେ ସାମ୍ବାଦିକ ଭାଇ ପ୍ରମୋଦ ପଟ୍ଟନାୟକ ରାଜ୍ୟ ର ନେତୃତ୍ବ ନେଇଥିବାରୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ କିଶାନ ଦାସ ଯୋଗଦେଇ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ଦକ୍ଷତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସଭାରେ ସାମ୍ବାଦିକ ପ୍ରଦୀପ୍ତ ରଥ ସଭାପତିତ୍ୱ କରିଥିବା ବେଳେ ଜୟେନ୍ଦ୍ର କୁମାର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାରେ ଜିଲ୍ଲା ର ସମସ୍ତ ଆଠଟି ବ୍ଲକ ର ସମସ୍ତ ସାମ୍ବାଦିକ ଏବଂ ବହୁ ସମାଜସେବୀ ଏବଂ ସଙ୍ଗଠନ ର କର୍ମକର୍ତ୍ତା ଯୋଗଦେଇ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ଅଭିନନ୍ଦନ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *