ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପ୍ରଶାସନ ର ଧୃତରାଷ୍ଟ୍ର ଶାସନ ବଳି ପଡୁଛନ୍ତି ଶହଶହ ପଶୁପକ୍ଷୀ । ଜିବଜନ୍ତୁ ଙ୍କ ରକ୍ଷଣାବେକ୍ଷଣା ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଖୋଲିଛନ୍ତି ପଶୁ ଡାକ୍ତରଖାନା କିନ୍ତୁ ବିଭାଗୀୟ କର୍ମଚାରୀ ମାନଙ୍କ ମନମୁଖୀ କାର୍ଯ୍ୟ ଲାଗି ବଳି ପଡୁଛନ୍ତି ନିରିହ ପଶୁପକ୍ଷୀ ମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ପଶୁ ଡାକ୍ତରଖାନା ରେ । ଚିକିତ୍ସାଳୟରେ ଅବସ୍ଥାପିତ ବାବୁ ମାନେ ସକାଳ ୧୦ ଟା ରେ ଅଫିସ ଆସି ଦେଖା ଦିଅନ୍ତି ତାପରେ କେଉଁଆଡେ ଯାନ୍ତି ତାର ପତା ମିଳେ ନାହିଁ । ଗାଈଗୋରୁ ଏବଂ ବିଭିନ୍ନ ପଶୁପକ୍ଷୀ ଙ୍କୁ ଦେଖାଇବା ପାଇଁ ଆଣିଥିବା ଲୋକମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ନିରାଶ ହୋଇ ଫେରନ୍ତି । ବାବୁ ମାନେ ଖଣ୍ଡପଡ଼ା ପଶୁ ଡାକ୍ତରଖାନା ରେ ବର୍ଷବର୍ଷ ଧରି ରହିବା ଫଳରେ ନିଜର ମନମୁଖୀ କାର୍ଯ୍ୟ କରୁ ଥିବାର ଅଭିଯୋଗ ହେଉଅଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଅଛି ।
ନୟାଗଡ଼ ଜିଲ୍ଲା ପ୍ରଶାସନ ର ଧୃତରାଷ୍ଟ୍ର ଶାସନ : ବଳି ପଡୁଛନ୍ତି ଶହଶହ ପଶୁପକ୍ଷୀ !!!

