ଗୃହିଣୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ : ଆରମ୍ଭ ହେଲା ବୁଦ୍ଧିବାମନ ଓଷା ।

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଭାଦ୍ରବ ମାସର ପ୍ରଥମ ବୁଧବାର ଠାରୁ ଆରମ୍ଭ ହୋଇଛି ବୁଦ୍ଧିବାମନ ଓଷା । ଚଳିତ ବର୍ଷ ଏହି ମାସରେ ୪ ଟି ବୁଧବାରରେ ଏହି ଓଷା ପାଳନ କରାଯିବ । ମହିଳା ମାନେ ଏହାକୁ କାଷ୍ଠା ଓ ନିଷ୍ଠାର ସହ ପାଳନ କରିଥାନ୍ତି । ଶିଳ ସିଳୁପୁଆ କୁ ସ୍ନାନ କରାଯାଇ ,ହଳଦୀ କଉଡ଼ି ଗୁଆ ରେ ଠାକୁରଙ୍କୁ ସ୍ଥାପନ କରାଯାଇଥାଏ । ବିଭିନ୍ନ ପ୍ରକାରର ଫୁଲରେ ଠାକୁରଙ୍କୁ ପୂଜା କରାଯାଇଥାଏ । ବିଭିନ୍ନ ଫଳ , ପୀଠା ଓ ମିଠା ଭୋଗ ଅର୍ଲନା କରି ଠାକୁରଙ୍କୁ ଭକ୍ତିର ସହ ପୂଜା କରାଯାଇଥାଏ । ଓଡ଼ିଆ ଘରର ବାର ମାସରେ ତେର ପର୍ବ ମଧ୍ୟରୁ ଏହି ବୁଦ୍ଧିବାମନ ଓଷାଟି ଅନ୍ୟତମ ଅଟେ ।

Leave a Reply

Your email address will not be published. Required fields are marked *