ମାହାଙ୍ଗା ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ବେଆଇନ୍ ଗୋରୁ କଟା ସ୍ଥାନରେ ଦେବସେନାର ର ଚଢ଼ାଉ l ପୋଲିସ୍ ର ତଦନ୍ତ ଆରମ୍ଭ l ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ପଞ୍ଚାୟତ ରସୁଲପୁର ଗ୍ରାମରେ l ମାହାଙ୍ଗା ଭଉଁରିଆ ଅଞ୍ଚଳର ଜଣେ ଗୋ ମାଫିଆ ରସୁଲପୁର ଗ୍ରାମରେ ଶହ ଶହ ଗାଈଗୋରୁ , ବାଛୁରୀ ,ଷଣ୍ଢ କାଟି ମାଂସ ଚାଲାଣ କରେ l ଏପରିକି ଚଢ଼ାଉ ବେଳେ ଏକ ଟାଟା ଏସି ଗାଡ଼ିରେ ମାଂସ ଲୋଡ଼ କରି ଫେରାର କରିଦେଇଛି ଗୋ ମାଫିଆ l ତେବେ ଏହି ଖବର ଜାଣିଲା ପରେ ଦେବସେନାର ଟିମ ରସୁଲପୁର ଅଞ୍ଚଳରେ ପହଞ୍ଚି ଛାନଭିନ୍ କରିଥିଲା l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l ଗୋରୁ କଟା ଯାଇଥିବା ସ୍ଥାନ ରେ କେଉଁଠି ରକ୍ତ ପଡ଼ିଛି ତ ଆଉ କେଉଁଠି ଖାଲ ଖୋଳାଯାଇ ଗୋରୁ ର ଅବଶିଷ୍ଟ ଅଂଶକୁ ପୋତି ଦିଆଯାଇଛି l ତେବେ ଦୁର୍ଗନ୍ଧ ନ ହେବା ପାଇଁ ସେହି ସ୍ଥାନରେ ବ୍ଲିଚିଂ ପକାଯାଇଚି l ଅନ୍ୟ ପକ୍ଷରେ କିଛି ମୁସିଲିମ୍ ସମ୍ପ୍ରଦାୟ ଲୋକେ ଏହି ବେଆଇନ୍ ଗୋରୁ କଟାକୁ ବିରୋଧ କରିବା ସହ ତାଙ୍କ ପରିବାର ଦୁର୍ଗନ୍ଧ ରେ ଅତିଷ୍ଠ ହେଉଥିବା ଅଭିଯୋଗ କରିଛନ୍ତି l ତେବେ ପୋତା ଯାଇଥିବା ସ୍ଥାନକୁ ଯଦି ପୋଲିସ ଖୋଳିବ ତେବେ ସମସ୍ତ ସତ୍ୟକଥା ପ୍ରକାଶ ପାଇ ପାରିବ l ଏପଟେ ଦେବସେନା ପକ୍ଷରୁ ଥାନାରେ ଏତଲା ଦିଆ ଯାଇଛି l ତେବେ ବଡ଼ ପ୍ରଶ୍ନ ପୋଲିସ୍ ସଠିକ ଭାବେ ତଦନ୍ତ କରୁନାହିଁ , ଯାହାକି ସେହି ଅଞ୍ଚଳରେ ବାରମ୍ବାର ବେଆଇନ୍ ଗୋରୁ କଟାଯାଇ ମାଂସ ଚାଲାଣ ହେଉଛି l ଏପରିକି ପୋଲିସ ଇଙ୍ଗିତରେ ବେଆଇନ୍ ଗୋରୁ ଚାଲାଣ ଠାରୁ ଆରମ୍ଭ କରି ଗୋ ମାଂସ ଚାଲାଣ ର ପେଣ୍ଠସ୍ଥଳୀ ପାଲଟିଛି ରସୁଲପୁର ଗ୍ରାମ l କେବଳ ରସୁଲପୁର ନୁହେଁ ବରଂ ମାହାଙ୍ଗା ଅଞ୍ଚଳର ଜୟପୁର ଓ ଭାଇଁରିଆ ରେ ମଧ୍ୟ ସମାନ ପରିସ୍ଥିତି l ତେବେ ପୋଲିସ ଠାରୁ ଆରମ୍ଭ କରି ବଡ଼ବଡ଼ିଆ ମାନଙ୍କୁ ଗୋ ମାଫିଆ ମାନେ ଭଲ ମୁନାଫା ଦେଇ ବେଆଇନ ଗୋ ଚାଲାଣ ଓ ଗୋ ମାଂସ ଚାଲାଣ କରିବାକୁ ପଛାଉ ନାହାଁନ୍ତି l
ବେଆଇନ ଗୋରୁ ମାଂସ ଚାଲାଣ : ଦେବସେନାର ଚଢ଼ାଉ !!

