ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଇଣ୍ଟରନେସନାଲ ଅର୍ଗାନାଇଜେସନ ହ୍ୟୁମ୍ୟାନ ରାଇଟସ୍ ଆଣ୍ଡ କ୍ରାଇମ୍ କଣ୍ଟ୍ରୋଲ ପ୍ରୋଟେକସନ୍ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନିଷ୍ଠିତ ହୋଇଯାଇଛି । ସଭାପତି ବିଜୟ କୁମାର ତିୱାରି , ବମ୍ୱେ ମହିଳା ସେଲରର ସଭାପତି କାଜିଆ ଖାନ୍ , ସାଧାରଣ ସମ୍ପାଦକ ପାର୍ଥସାରଥୀ ମିଶ୍ରଙ୍କ ସଂଯୋଜନାରେ ଜୟଦେବ ବିହାର ଭୁବନେଶ୍ଵର ଠାରେ ଆୟୋଜିତ ଏହି ବୈଠକରେ , ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ କରାଯିବାକୁ ନେଇ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯିବା ଓ କିଭଲି ଜନସାଧାରଣ ନ୍ୟାୟ ପାଇପାରିବେ ତାକୁ ସମସ୍ତଙ୍କର ଦାୟିତ୍ୱ ଗୁରୁତ୍ୱ ଦେଇ କାମ କରିବା ଆଦି ବିଭିନ୍ନ ଗଠନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା ।

ରାଜ୍ୟ ସଭପତି ସନ୍ତୋଷ କୁମାର ପ୍ରଧାନ , ଉପସଭାପତି ସବ୍ୟସାଚୀ ପାଣି, ରାଜ୍ୟ ମହିଳା ସେଲ୍ ର ସଭାପତି ପ୍ରଜ୍ଞା ପ୍ରିୟଦର୍ଶୀନି, ସାଧାରଣ ସମ୍ପାଦକ ସିଦ୍ଧାର୍ଥ ମିଶ୍ର , ରାଜ୍ୟ ଇନଚାର୍ଜ ତାପସ ମାର୍ଥା, ମହିଳା ସେଲ୍ ର ଇନଚାର୍ଜ ସର୍ବନୀ ଦାସଗୁପ୍ତା, କଟକର ଚିତ୍ତରଞ୍ଜନ ବରାଳ, ରାଜ୍ୟ ମହିଳା ସେଲ୍ ର ସାଧାରଣ ସମ୍ପାଦିକା ବୌଶକି ପଣ୍ଡା, ନିରୋଜା ଆଚାର୍ଯ୍ୟ, ରାଜ୍ୟ ପବ୍ଲିଶିଟି ମିନିଷ୍ଟ୍ରୀର ରାଧାନାଥ ପଣ୍ଡା, ଓ କଟକ ଜିଲ୍ଲା ସମ୍ପାଦକ ଚକ୍ରବର୍ତ୍ତୀ ଓତା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

