ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍କକର ଦୁଲଣାପୁର ପଞ୍ଚାୟତ ଅରପୁର ଗ୍ରାମରେ ଦୁଇଟି ପ୍ରକଳ୍ପକୁ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଛନ୍ତି । ସ୍ମାଟ ଗ୍ରାମ ପାଇଁ ତାଳବସ୍ତ ପଞ୍ଚାୟତରୁ କୁସୁପଙ୍ଗି ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତାଘାଟ, ପାର୍କ , ମେଡିକାଲ ଏବଂ ମାର୍କେଟ୍ କଂପ୍ଲେକ୍ସର ସହରି ଢାଞ୍ଚାରେ ଉନ୍ନତିକରଣ କରାଯାଉଛି । ଅରପୁର ଗ୍ରାମର ମଙ୍ଗଳା ମନ୍ଦିର ସଂଲଗ୍ନ ଆମ୍ବତୋଟା ପାଖରେ ସର୍ବସାଧାରଣ ପାର୍କ ଏବଂ ରଘୁନାଥ ମନ୍ଦିର ପରିସରରେ ଆଶ୍ରୟସ୍ଥଳୀ କାର୍ଯ୍ୟ ବହୁଦିନ ହେବ ପଡିରହିଥିଲା । ବହୁ ବାଦ ବିବାଦ ପରେ ଏବେ ତାହାର ଶୁଭ ପଡିଛି । ମନରେଗା ଦୁର୍ନିତିରେ ଛନ୍ଦି ହୋଇଥିବା ଦୁଲଣାପୁର ପଞ୍ଚାୟତର ସରପଞ୍ଚଙ୍କୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ପଞ୍ଚାୟତର ସମିତିସଭ୍ୟ ଏବଂ କିଛି ୱାର୍ଡ ମେମ୍ବର ଙ୍କୁ କାର୍ଯ୍ୟକ୍ରମକୁ ଡକା ଯାଇନଥିବାରୁ ଅସନ୍ତୋଷ ଜାହିରି କରିଛନ୍ତି । ମୁଖ୍ୟ ଅତିଥିଙ୍କ ସହିତ ବ୍କକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ୱାର୍ଡ ସଭ୍ୟ ବିପିନ ବିହାରି ନାୟକ, ସମାଜସେବୀ ତଥା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ଜୟାନନ୍ଦ ବିଶ୍ୱାଳ ପ୍ରମୂଖ ଉକ୍ତ ଉତ୍ସବରେ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ । ମନରେଗା ମହା ଦୁର୍ନୀତିର ଗୁମର ଖୋଲି ସମଗ୍ର ରାଜ୍ୟରେ ଡମପଡା ବ୍ଲକ ଚର୍ଚ୍ଚିତ ହୋଇଥିବା ପରିସ୍ଥିତିରେ ବ୍ଲକ ଅନ୍ତର୍ଗତ ଅରପୁର ଗ୍ରାମର ଏହି ଦୁଇଟି ପ୍ରକଳ୍ପର ସୁଫଳାୟନ ଉପରେ ସମସ୍ତଙ୍କ ନଜର ରହିଛି ।