କଳାହାଣ୍ଡି ପଦକ ପ୍ରଦାନ ଉତ୍ସବରେ ଯୋଗଦାନ କଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ !!!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ରଜତ ପଟ୍ଟନାୟକ : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ , କଳାହାଣ୍ଡି ପଦକ ପ୍ରଦାନ ଉତ୍ସବରେ ଯୋଗଦାନ କରିଥିଲେ । ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ଉତ୍ସବରେ କୋଭିଡ ଆକ୍ରାନ୍ତ ହୋଇ ପାଇଁ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀଙ୍କ ପରିବାର ଏବଂ ପୁଲିସ ବାହିନୀରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଛି । ଦକ୍ଷିଣ ପଶ୍ଚିମାଚଳ ରେଞ୍ଜ ର ମୋଟ ୨୭ ଜଣଙ୍କୁ କାର୍ଯ୍ୟକ୍ରମ ଅବସରରେ ସମ୍ମାନୀତ କରାଯାଇଛି । କାର୍ଯ୍ୟରେ ଥାଇ କରୋନା ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ୪ ଜଣ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ସହ ପୋଲିସ ବାହିନୀ ରେ ଉଲ୍ଲେଖନୀୟ ସେବା ଯୋଗାଇଥିବା ମୋଟ ୨୩ ଜଣଙ୍କୁ ସମ୍ମାନିତ କରାଯାଇଛି । କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ଓ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କୁଲେଷ୍କର ନୀତିନ ଙ୍କୁ ମାଓ କାର୍ଯ୍ୟକଳାପ ଓ କରୋନା କାଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥା କୁ ସଫଳତା ର ସହ ପରିଚାଳନା ପାଇଁ ସମ୍ମାନିତ କରାଯାଇଛି ।

Leave a Reply

Your email address will not be published. Required fields are marked *