ଚିନ୍ମୟ ଫାଉଣ୍ଡେସନ କଳାହାଣ୍ଡି ଶାଖାରେ ଶୁଭାରମ୍ଭ ହେଲା ଜାତୀୟ ଗ୍ରାମୀଣ ସାଂସ୍କୃତିକ ମହୋତ୍ସବ !!!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାରତ ବର୍ଷର ପୁରପଲ୍ଲୀରେ ଲୁଚି ରହିଥିବା ଅନେକ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ବିଶ୍ଵକୈନ୍ଦ୍ରିକ କରିବା ଉଦ୍ଦେଶ୍ୟରେ ଜାରି ରହିଛି ଏକ ଆନ୍ଦୋଳନ । ଯାଜପୁର ଜିଲ୍ଲା ଅନ୍ତର୍ଗତ ବାବଲପୁରସ୍ଥିତ ରାଜ୍ୟର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି । ଫାଉଣ୍ଡେସନ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ଜାତୀୟ ଗ୍ରାମୀଣ ପ୍ରତିଭା ଅନ୍ୱେଷଣ ଅଭିଯାନ ମାଧ୍ୟମରେ ଦେଶ ତଥା ବିଦେଶରେ ଥିବା ପ୍ରତ୍ୟକ ରାଜ୍ୟର ଗ୍ରାମାଞ୍ଚଳ ମାନଙ୍କରେ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଏକତ୍ରିତ କରି ସେମାନଙ୍କ କଳାକୁ ଲୋକମାନଙ୍କ ନିକଟରେ ପହଁଚାଇବା ସହ ସେହି ପ୍ରତିଭାମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ରାଜ୍ୟ କଳାହାଣ୍ଡି ଜିଲ୍ଲାର କାଶିବାହାଲଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । କଳାହାଣ୍ଡି ଜିଲ୍ଲା ସଂଯୋଜକ କମଳ ଚଣ୍ଡୀଙ୍କ ନେତୃତ୍ୱରେ ଶତାଧିକ କଳାକାର ସେମାନଙ୍କ କଳା ପ୍ରଦର୍ଶନ କରିଛନ୍ତି । ମୂର୍ତ୍ତିକଳା, ଚିତ୍ରକଳା, ଘୁମୁରାବାଦ୍ୟ, ତୁରୀବାଦ୍ୟ, ତାଳବାଦ୍ୟ, କୀର୍ତ୍ତନ, ବଂଶୀବାଦ୍ୟ, ନୃତ୍ୟ, ସଙ୍ଗୀତ ଆଦି ବିଭିନ୍ନ କଳା ପ୍ରଦର୍ଶନ କରିଥିବା କଳାକାର ମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *