ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସର୍ବ ଭାରତୀୟ ମାନବାଧିକାର ସଂଗଠନ ଅଧିନରେ ପରିଚାଳିତ ପ୍ରିୟଦିନି ରେହାବ କେୟାର ( ଦିବ୍ୟାଙ୍ଗ ସେବା ସଂସ୍ଥା ) ଦ୍ୱାରା ଏକ ମାଗଣା ପୁନର୍ବାସ ଶିବିର ଜିଲ୍ଲା କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୫୦ ରୁ ଉର୍ଦ୍ଧ ବେନିଫିସିଆରୀ ଯୋଗ ଦେଇ ମାଗଣା ଚିକିତ୍ସା ସୁବିଧା ପାଇଥିଲେ । ଏଠାରେ ୧ ବର୍ଷ ରୁ ଆରମ୍ଭ କରି ୭0 ବର୍ଷ ବ୍ୟକ୍ତି ଯୋଗଦେଇଥିବା ସମୟରେ ଫିଜିଓଥେରାପି , ଆକୁପସନାଲ ଥେରାପି , ବାକ ଏବଂ ଶ୍ରବଣ, କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ସ୍ୱତନ୍ତ୍ର ଶିକ୍ଷା ତାଲିମ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଦାମୋଦର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିବା ବେଳେ ,ସଂସ୍ଥା ର ନିର୍ଦ୍ଦେଶକ ତଥା ଜିଲ୍ଲା ମୁଖ୍ୟ ଡ଼ା ପ୍ରୀତମ ମହାପାତ୍ର ଏବଂ ଜିଲ୍ଲା ସମ୍ପାଦକ ପବିତ୍ର ମୋହନ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ସଂସ୍ଥା ତରଫରୁ ଆଗାମୀ ଦିନରେ ଏହି ଭଳି ସୁବିଧା ଲୋକମାନଙ୍କୁ ମାଗଣାରେ ତୃଣମୂଳ ସ୍ତରରେ ଯୋଗାଇ ଦିଆଯିବାର ଯୋଜନା ରହିଥିବା ଜିଲ୍ଲା ମୁଖ୍ୟ ଡା. ମହାପାତ୍ର ପ୍ରକାଶ କରିଛନ୍ତି ।
ଗାନ୍ଧୀ ଜୟନ୍ତୀରେ ମାଗଣା ପୁନର୍ବାସ ଶିବିର ଆୟୋଜିତ !!!

