ଚୋରା ଚାଲାଣ ବେଳେ ଶାଗୁଆନ ପଟା ଜବତ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ମହୀପୁର ବନାଞ୍ଚଳ ଅଧିନରେ ଥିବା କପ୍ତାପଲ୍ଲୀ ଫରେଷ୍ଟ ବିଟ୍ ର କପ୍ତାପଲ୍ଲୀ ଠାରୁ ସୀମା ରାସ୍ତାରେ ଚୋରା ଚାଲାଣ ବେଳେ ଶାଗୁଆନ ପଟା ଜବତ . ସୂଚନା ଅନୁସାରେ ଏକ ଏକ୍ସଲ୍ ଗାଡିରେ ରାତ୍ରି ସମୟରେ ଶାଗୁଆନ ପଟା ନେଇ ଜଣେ ବ୍ୟକ୍ତି ଯାଉଥିବା ସମୟରେ ଗୁମି ଫରେଷ୍ଟର ବନମାଳୀ ରାଉତ ଏବଂ କପ୍ତାପଲ୍ଲୀ ଫରେଷ୍ଟ ଗାର୍ଡ ମାନସ କୁମାର ସେଠି ସେହି ଗାଡି କୁ ଅଟକାଇଥିଲେ . ତେବେ କାଠ ଚାଲାଣ କରୁଥିବା ବ୍ୟକ୍ତି ଜଙ୍ଗଲ ଭିତରକୁ ଖସି ପଳାଇବା ବେଳେ ବନ ବିଭାଗ ଗାଡି ଓ ଶାଗୁଆନ ପଟା ଜବତ କରିଛି ।

Leave a Reply

Your email address will not be published. Required fields are marked *