ଯୋଗ୍ୟ ହିତାଧିକାରୀ ପାଇନାହାନ୍ତି ଭତ୍ତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କେନ୍ଦ୍ର ଏବଂ ରାଜ୍ୟ ସରକାର ଗରିବ ମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଯୋଜନା କୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ଯେଉଁ ଅଧିକାରୀ ମାନଙ୍କୁ ଦାୟିତ୍ଵ ଦିଆଯାଉଛି ସେମାନଙ୍କ ଦାୟିତ୍ୱହୀନତା ଲାଗି ଯୋଗ୍ୟ ହିତାଧିକାରୀ ଟିଏ ସରକାରଙ୍କର ଯୋଜନା ର ସେବା ପାଇବାରୁ ବଞ୍ଚିତ ହେଉଛି । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ର ବହୁ ଯୋଗ୍ୟ ହିତାଧିକାରୀ ସରକାରଙ୍କର ଜନହିତକର ଯୋଜନା ରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି ନୟାଗଡ଼ ଜିଲ୍ଲା ବିଜେପି ସମ୍ପାଦକ ତାପସ ରଞ୍ଜନ ମାର୍ଥା । ରଣପୁର ବ୍ଲକ୍ ଜଙ୍କିଆ ଗ୍ରାମ ପଞ୍ଚାୟତ ଓସ୍ତପଡା ଗ୍ରାମର ସ୍ୱର୍ଗତ ଲକ୍ଷ୍ମଣ ପରିଡ଼ାଙ୍କ ବିଧବା ପତ୍ନୀ ରମା ପରିଡା ୨୦୧୯ ମସିହା ରୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇ ପାରୁନାହିଁ । ବ୍ଲକ ପ୍ରଶାସନ ଆଜି କାଲି କହି ସମୟ ଗଡାଇ ଚାଲିଥିବା ପ୍ରକାଶ କରିଛନ୍ତି ରମା ପରିଡା । ଏହିପରି ବହୁ ଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତା ପାଇଁ ଆବେଦନ କରି ଅଫିସ କୁ ଦୈାଡି ଦୈାଡି ନିରାଶ ହୋଇ ଫେରୁଥିବା ପ୍ରକାଶ କରିଛନ୍ତି ବିଜେପି ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ମାର୍ଥା । ରମା ପରିଡା ଏବଂ ଭତ୍ତା ପାଇଁ ଆବେଦନ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅତିଶୀଘ୍ର ଭତ୍ତା ଯୋଗାଇ ଦେବା ନିମନ୍ତେ ପ୍ରଶାସନ ସମ୍ମୁଖରେ ଦାବି ରଖିଛନ୍ତି ଶ୍ରୀଯୁକ୍ତ ମାର୍ଥା ।

Leave a Reply

Your email address will not be published. Required fields are marked *