କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ବଡ଼ ମେଡିକାଲ ମଧ୍ୟରେ ସୁରକ୍ଷା କର୍ମଚାରୀ ମାନଙ୍କର ଅକଥନୀୟ ଅତ୍ୟାଚାର ଓ ମନମୁଖୀ କର୍ଯ୍ୟ କୁ ବିରୋଧ କରି ସାମାଜିକ ସଂଗଠନ ହିନ୍ଦୁସେନା ପକ୍ଷରୁ ଏସସିବି ସୁପରିଟେଣ୍ଡେଣ୍ଟ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ଆସନ୍ତା ୭ ଦିନ ମଧ୍ୟରେ ଉକ୍ତ ସିକ୍ୟୁରିଟି ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଆଗାମୀ ଦିନରେ ଯାହା ହେବ ସେଥିପାଇଁ ମେଡିକାଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ସୂଚନା ଯୋଗ୍ୟ କଟକ ଚୌଦ୍ୱାର ଅଞ୍ଚଳର ଜଣେ ସାମାଜିକ କର୍ମୀଙ୍କୁ ମେଡିକାଲ ପରିସରରେ ସୁରକ୍ଷା କର୍ମଚାରୀ ମାନେ ଦାଦାଗିରି ଦେଖାଉଥିବାର ଭିଡିଓ ସୋସାଲ ମିଡିଆରେ ବେଶ ଭାଇରାଲ ହୋଇଥିଲା .
ହିନ୍ଦୁସେନା ତରଫରୁ ବଡ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଦାବୀପତ୍ର

