ସୁକିନ୍ଦା ଗଡ ସ୍ଥିତ ଦୋକାନ ପରିସରରୁ ବିରଳ ପ୍ରଜାତିର ସୁନ୍ଦରୀ ସାପ ଉଦ୍ଧାର ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗଡ଼ ସ୍ଥିତ ଆଜାମ ଫାଷ୍ଟ ଫୁଡ଼ ଦୋକାନ ପରିସରରେ ହଠାତ ଏକ ସାପ ବହାରିବାରୁ ଦୋକାନୀ ଓ ଗ୍ରାହକ ସମସ୍ତେ ଭୟଭୀତ ହୋଇ ଦୋକାନ ଭିତରୁ ବାହାରକୁ ବାହାରି ଆସିଥିଲେ . ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ ବେହୁରାଙ୍କୁ ଯୋଗାଯୋଗ କରିବାରୁ ସୌମ୍ୟଜିତ ଘଟଣା ସ୍ଥଳରେ ପହଞ୍ଚି ବିରଳ ପ୍ରଜାତିର ସୁନ୍ଦରୀ ସାପଟିକୁ ଉଦ୍ଧାର କରି ସୁକିନ୍ଦା ପାଖ ଜଙ୍ଗଲରେ ଛାଡି ଦେଇଛନ୍ତି । ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତଙ୍କ ସୂଚନା ମୁତାବକ ଏହି ସାପଟି ବିଷଧର କି ହିଂସ୍ର ନୁହେଁ ଏହି ସାପଟି ବହୁତ ସ୍ନେହୀ ସାପ ହୋଇଥିବାରୁ ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତଙ୍କ ଉପସ୍ଥିତରେ ସ୍ଥାନୀୟ ଲୋକେ ସାପଟିକୁ ମଧ୍ୟ ଧରି ମଜା ଉଠେଇଥିବା ଦେଖିବାକୁ ମିଳିଥିଲା । ଏପରି ସାପ ଓଡ଼ିଶାରେ ବହୁ କମ ସମୟରେ ଦେଖା ଦେଇଥିବା ବେଳେ ଏ ବହୁ ବିରଳ ପ୍ରଜାତିର ସାପ ଅଟେ ବୋଲି ସୂଚନା ଦେଇଛନ୍ତି ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ ବେହୁରା ।

Leave a Reply

Your email address will not be published. Required fields are marked *