ସପରିବାରେ ପାଳିଲେ ବାୟୁସେନା ଦିବସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭାରତୀୟ ବାୟୁସେନା ଭେଟରାନ ନୟାଗଡ ଶାଖା ତରଫରୁ ସଭାପତି ବସନ୍ତ କୁମାର ବେହେରା ଏବଂ ସମ୍ପାଦକ ଅଜିତ ପ୍ରସାଦ ସାହୁ ଙ୍କ ଉପସ୍ଥିତି ରେ ବାୟୁସେନା ଦିବସ କୁ ସକୁଟୁମ୍ବେ ବହୁ ଆଡମ୍ବର ସହିତ ନୟାଗଡ ଇଟାମାଟି ଠାରେ ପାଳନ କରାଯାଇଛି । ସମସ୍ତ ଭେଟରାନ ନିଜ ନିଜ ର କର୍ମମୟ ଜୀବନ ଭିତରେ ବାୟୁସେନା ସେମାନଙ୍କର କିପରି ସହାୟକ ହୋଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ ।

୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧ ର ଭାଗ ନେଇଥିବା ଭେଟରାନ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସେହି ବୀର ମାନେ ନିଜ ନିଜର ଅନୁଭୁତି ପ୍ରକାଶ କରିଥିଲେ । ଭାରତ ବର୍ଷ ର ଅଖଣ୍ଡତା କାମନା କରିଥିଲେ ଭେଟରାନ ବାୟୁସେନା ଜବାନ ମାନେ । କାର୍ଯ୍ୟକ୍ରମ ଅବସରରେ ପିଲା ମାନେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବତନ ବାୟୁସେନା କର୍ମଚାରୀ ରଶ୍ମି ରଞ୍ଜନ ଦାଶ ଙ୍କ ପୁଅ ଯୁବ ତାବଲିଷ୍ଟ ତଥା ବେତାର ତବଲା ବାଦକ ଚିରଞ୍ଜିବୀ ଦାଶ ନିଜର ପ୍ରତିଭା କ୍ଲାସିକାଲ ତବଲା ବାଦନ କରି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ ।

Leave a Reply

Your email address will not be published. Required fields are marked *