ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ବ୍ଲକ ସିନ୍ଦୁରିଆ ପଞ୍ଚାୟତ ରେ ଭୟାବହ ଅଗ୍ନିକାଣ୍ଡ । ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସୁଚନା । ସିନ୍ଦୁରିଆ କବରସ୍ଥାନ ସାହିରେ ଅଗ୍ନିକାଣ୍ଡ ଘଟିଥିବାର ଜଣାଯାଇଛି । ଅଗ୍ନିକାଣ୍ଡରେ ଦୁଇଟି ଗାଇ , ଛେଳି କୁକୁଡ଼ା ଆଦି ପୋଡିଯିବା ସହ ରୁସମା ବେଗମ ନାମକ ଜଣେ ମହିଳା ଗୁରୁତର ଆହତ ହୋଇ ନୟାଗଡ଼ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି । ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ସଠିକ ସମୟରେ ପହଞ୍ଚି ନିଆଁ କୁ ଆୟତ୍ତ କରିବା ସହ ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ ।
ସିନ୍ଦୁରିଆ ରେ ଭୟାବହ ଅଗ୍ନିକାଣ୍ଡ !!!

