ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକର ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି କିଶୋର ନଗର ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତାଳପଦର ଛକରେ ଦୀନବନ୍ଧୁ ପ୍ରଧାନ ଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଗୋପବନ୍ଧୁ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସାଇକେଲ ଶୋଭାଯାତ୍ରା ବାହରିଥିଲା , ଶୋଭାଯାତ୍ରାକାରୀ ମାନେ ୬ ଟି ପଞ୍ଚାୟତରେ ପ୍ରଚାର କରିଥିଲେ । ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରେଶ୍ଵରୀ ଜଳସେଚନ ଯୋଜନା ପାଇଁ ଶୁଭ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନକରି ଏହି ଜାଗାରେ ଜେଆର ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲା । ଏହା ରାଜ୍ୟ ସରକାରଙ୍କ ଚରମ ଚାଷୀ ବିରୋଧୀ ନିତୀ ର ପ୍ରତିଫଳନ । ଏହି ଯୋଜନା କୁ କାର୍ଯ୍ୟକାରୀ ନକଲେ ଆଗାମୀ ଅକ୍ଟୋବର ୨୫ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅହୋରାତ୍ର ଗଣଧାରଣା କରାଯିବ ବୋଲି ସଂପାଦକ ଅନନ୍ତ ପ୍ରଧାନ, ରମଣୀ ରଂଜନ ପ୍ରଧାନ, ତୀର୍ଥବାସୀ ଭୋଇ , ପିତାମ୍ବର ପ୍ରଧାନ , ରବିନ୍ଦ୍ର ସାହୁ, ପ୍ରମୁଖ ଚେତାବନୀ ଦେଇଛନ୍ତି ।