ଶ୍ରୀ ସତ୍ୟସାଇ ସମିତି ଦ୍ୱାରା କୋଭିଡ଼ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ଶ୍ରୀ ସତ୍ୟସାଇ ସମିତି ର ଆନୁକୂଲ୍ୟରେ ସ୍ଥାନୀୟ ପିଡବ୍ଲୁଡି କଲୋନୀରେ ଏକ କୋଭିଡ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏକ ଶୋଭାଯାତ୍ରା ସାଇ ମନ୍ଦିର ଠାରୁ ବାହାରି ବାଜିଚୌକ ପର୍ଯ୍ୟନ୍ତ ଯାଇଥିଲା । ଲୋକମାନଙ୍କୁ ମାସ୍କ ଓ ଲିଫଲେଟ ବଣ୍ଟନ କରାଯାଇଥିଲା ଏବଂ କୋରନା ପାଇଁ ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସମିତିର ଆବାହକ ବିଶ୍ୱଧର ସାମଲ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ସଂଯୋଜକ ଶାନ୍ତନୁ କୁମାର ବେହେରା, ବିରଞ୍ଚି ନାରାୟଣ ନାଥ, ବ୍ରହ୍ମବନ୍ଧୁ ଚିନାରା ଓ ସମିତି ତଥା ଗେଙ୍ଗୁଟିଆ ଓ ଶୋଗାରପସି ଭଜନ ମଣ୍ଡଳୀର ଭାଇ ଭଉଣୀ ମାନେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *