ଜନ୍ମମାଟିରେ ସମ୍ବର୍ଦ୍ଧିତ ହେଲେ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ବିକାଶ ପ୍ରତିଷ୍ଠାନ ତରଫରୁ ଶାରଦୀୟ ବନ୍ଧୁ ମିଳନ ସଭା ପଟଣା ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଇଯାଇଛି । ସଭାପତି ଇଂ.ଅଶୋକ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସରୋଜ ନଳିନୀ ପରିଜା, ସାଂସ୍କୃତିକ ସଂଯୋଜକ ରୁଦ୍ର ନାରାୟଣ ଦାସ , ବରିଷ୍ଠ ସଭ୍ୟ ବିନୋଦ ବେହେରା, ପ୍ରଭାତ କୁମାର ଖଟୁଆ, କାର୍ତ୍ତିକ ଚନ୍ଦ୍ର ଦାସ, ହରିବନ୍ଧୁ ଆଚାର୍ଯ୍ୟ, ୪୨ମୌଜା ଯାଦବ ମହାସଭାର ସଭାପତି ବୁଲେଇ ବେହେରା, ନଟବର ବେହେରା, ମାଧବ ଚନ୍ଦ୍ର ପରିଡା, ଉପେନ୍ଦ୍ର ବାରିକ, ଶୁଭେନ୍ଦୁ ଦାସ ମହାପାତ୍ର, ଶ୍ରୀବନ୍ତିକା ମହାନ୍ତି ଏବଂ ସରସ୍ୱତୀ କଳା ପରିଷଦ କନ୍ଦରପୁର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ଇଂ.ସେବକ ଶ୍ରୀକାନ୍ତ, ଅଧ୍ୟାପକ ପ୍ରଫୁଲ୍ଲ ଦାସ,ସାମ୍ବାଦିକ ବିଭୁ ପ୍ରସାଦ ସ୍ୱାଇଁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସରସ୍ୱତୀ କଳା ପରିଷଦର କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସଭାପତି ତାଙ୍କ ଅଭିଭାଷଣରେ ମନ୍ତବ୍ୟ ରଖିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଓ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ .

Leave a Reply

Your email address will not be published. Required fields are marked *