ଜିଲ୍ଲା ପରିଷଦ ତାଲିକାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି : ପଛୁଆ ବର୍ଗଙ୍କୁ ସଂରକ୍ଷଣ ନାହିଁ !!!

0
226

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରଙ୍କ ପକ୍ଷରୁ ଆସନ୍ତା ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ପ୍ରକାଶିତ ତାଲିକାକୁ ନେଇ ପ୍ରଶ୍ନ ଉଠାଇଛି ଗଜପତି ଜିଲ୍ଲା ବିଜେପି . ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ.ନାରାୟଣ ରାଓ ଏ ନେଇ ପ୍ରଶ୍ନ କରିଛନ୍ତି । ଜିଲ୍ଲାରେ ସର୍ବ ମୋଟ 14ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ଗୋଟିଏ ବି ଜୋନ ପଛୁଆ ବର୍ଗ ଙ୍କ ନିମନ୍ତେ ସଂରକ୍ଷିତ ନାହିଁ . ଜିଲ୍ଲା ପରିଷଦ ଚେୟାରମ୍ୟାନ ପଦବୀ ପାଇଁ ପଛୁଆ ବର୍ଗ ନିମନ୍ତେ ସଂରକ୍ଷିତ ରହିଥିବା ବିଜ୍ଞପ୍ତିରେ କିଭଳି ପ୍ରକାଶ ପାଇଛି । ସେପଟେ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁସାରେ 50 ପ୍ରତିଶତ ସାଧାରଣ ବର୍ଗ, ଦଶ ପ୍ରତିଶତ ପଛୁଆ ବର୍ଗ ଓ ବାକି 40 ପ୍ରତିଶତ ସଂରକ୍ଷିତ ବର୍ଗମାନଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ତେବେ ଏହି ଗାଇଡ ଲାଇନକୁ ଅଣଦେଖା କରି ଗଜପତି ଜିଲ୍ଲା ପାଇଁ ସମ୍ପୂର୍ଣ୍ଣ ଭାବରେ ନେତା ଓ ସରକାରୀ ଅଧିକାରୀ ମନ ମୁତାବକ ତାଲିକା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ ପ୍ରଶାସନ ଓ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି । ଯଦି ଆଗାମୀ ଦିନରେ ବିଜ୍ଞପ୍ତିରେ ସଂଶୋଧନ କରା ନଯାଏ ତାହେଲେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଆଇନଗତ ଲଢ଼େଇ ଲଢ଼ିବ ବୋଲି ଚେତାବନୀ ଦେଇଛନ୍ତି .

LEAVE A REPLY

Please enter your comment!
Please enter your name here