ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : କଳାହାଣ୍ଡି ଘଟଣାକୁ ନେଇ ଏବେ ସମଗ୍ର ରାଜ୍ୟରେ ଜୋରଦାର ଆଲୋଡନ . ଏହାର ତାତି ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ . ମାମିତା ମେହେର ଅପହରଣ ଓ ହତ୍ୟା ମାମଲାରେ ସଂଶ୍ଲିଷ୍ଟ ଥିବା ଅପରାଧୀଙ୍କୁ କଠୋର ଶାସ୍ତି ଦାବିରେ ଅନୁଗୋଳ ବସଷ୍ଟାଣ୍ଡ ରେ ସର୍ବ ଭାରତୀୟ ଡ଼ିଏସଓ , ଡିୱାଇଓ , ଏଆଇଏମଏସଏସ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଏଆଇଏମଏସଏସ ର ଜିଲ୍ଲା ସଂପାଦିକା ମାନସୀ ସ୍ୱାଇଁ , ଏଆଇଡିଏସଓ ର ଜିଲ୍ଲା ସଭାପତି ପରମାନନ୍ଦ ସାହୁ, ସଂପାଦକ ନାରାୟଣ ନାୟକ, ନିରୂପମା ନାୟକ , ଏଆଇଡିୱାଇଓ ର ରାଜ୍ୟ ସଭାପତି ବିଜୟାନନ୍ଦ ମଲିକ, ନିରଞ୍ଜନ ନାୟକ ପ୍ରମୁଖ ରାଜ୍ୟ ସରକାରଙ୍କ ଅପରାଧୀଙ୍କୁ ସୁରକ୍ଷା ଦେବାକୁ ନିନ୍ଦା କରିଛନ୍ତି ।