ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଜରପଡା ପୋଲିସ ପକ୍ଷରୁ ସ୍ଥାନୀୟ ପତିତପାବନ ହାଇସ୍କୁଲ ଠାରେ ସହିଦ୍ ଦିବସ ପାଳିତ ହୋଇଯାଇଛି । ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଜରପଡା ଥାନା ପୋଲିସ ପ୍ରଶାସନ ପକ୍ଷରୁ କରୋନ। କଟକଣା କୁ ମାନି ଆଜି ଦିନ ୧୧ଟା ସମୟ ରେ ଜରପଡା ପତିତପାବନ ହାଇସ୍କୁଲ ଠାରେ ସ୍ୱର୍ଗତ ସହିଦ ରବୀନ୍ଦ୍ର ନାଥ ସାହୁ ଙ୍କ ଫଟୋ ଚିତ୍ରରେ ମୁଖ୍ୟ ଅତିଥି ଭାବେ ଜରପଡା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ନାରାୟଣ ସାହୁ ଓ ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସମସ୍ତ ଅତିଥି ସହିଦ୍ ସ୍ୱର୍ଗତ ରବୀନ୍ଦ୍ର ନାଥ ସାହୁ ଙ୍କ ଅମର ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ସହିଦଙ୍କ ପୁତ୍ର ରାଜେଶ କୁମାର ସାହୁ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଭାବେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ, ସବ୍ ଇନ୍ପେକ୍ଟର ଗଙ୍ଗାଧର ବେହେରା, ସକୁନ୍ତଳା ଦେହୁରୀ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସନାତନ ମହାରଣା, ସାମ୍ବାଦିକ ଜିବନାନନ୍ଦ ସାହୁ, ଭୋଲେଶ୍ୱର ଗୋଚ୍ଛାୟତ , ଚିତ୍ତରଞ୍ଜନ ଦାସଙ୍କ ସମେତ ଥାନା ର ସମସ୍ତ କର୍ମଚାରୀ, ଅଞ୍ଚଳର ଜନସାଧାରଣ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ପତିତପାବନ ହାଇସ୍କୁଲ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ ।
ଜରପଡା ପୁଲିସ ତରଫରୁ ସହିଦ ଦିବସ ପାଳିତ !!!

