ମୟୂରଭଞ୍ଜ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣଲାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମୟୁରଭଞ୍ଜ ଶାଖା ମାଧ୍ୟମରେ ସ୍ଥାନୀୟ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗଦରଗଡି ଠାରେ ମୁକ୍ତାକାଶ ଜାତୀୟ ଗ୍ରାମୀଣ ସାଂସ୍କୃତିକ ମହୋତ୍ସବ ଓ ସଂସ୍କୃତି ହାଟ ଇତିମଧ୍ୟରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ବିଦେଶରେ ତୃଣମୂଳ ସ୍ତରରେ ଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଏକତ୍ରିତ କରି ସେମାନଙ୍କ ମଧ୍ୟରେ ବିଶ୍ୱ ସ୍ତରୀୟ ସାଂସ୍କୃତିକ ସମ୍ପର୍କର ବିନିମୟ ,ସଭ୍ୟତାର ବିକାଶ ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଚିନ୍ମୟ ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଥିଲେ । ଏଥିରେ ମୟୂରଭଞ୍ଜ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସୀତାମଣି ଦାସ,ବିକ୍ରମ ହାଁସଡାଃ, ସୂଚୀସ୍ମିତା ଦାସ ,ସଚିନ କୁମାର ଦାସ,ଶ୍ୱେତାସ୍ମିତା ଦାସ,ବରିଷ୍ଠ ସମାଜସେବୀ ପୁରସ୍ତମ ନାୟକ ,ବରିଷ୍ଠ ସମାଜସେବୀ ତଥା ବଡାମ୍ ପୂଜକ ଗୌତମ ନାୟକ,ଚାଙ୍ଗୁ ଗୁରୁ ସନତ ନାୟକ,ସମାଜସେବୀ ଦୁବୁଲା ମହାରଣା ,ମଙ୍ଗଲ ମୂର୍ମୁ, ବୈଦ୍ୟନାଥ ମାରାଣ୍ଡି ଆଦି ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ଗଦରଗୁଡ଼ି ଅଞ୍ଚଳର ଶତାଧିକ ଆଦିବାସୀ ମାନେ ନିଜର ପାରମ୍ପାରିକ କଳା ,ନୃତ୍ୟ, ସଙ୍ଗୀତ ଆଦି ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଗଦରଗୁଡ଼ି ସ୍ଥିତ ଶ୍ରୀ ଶ୍ରୀ ନିଝାରୀ ବଡାମ୍ ଚାଙ୍ଗୁ ନୃତ୍ୟ ଦଳର କଳାକାର ମାନଙ୍କ ଦ୍ଵାରା ଅତିଥି ପୂଜନ ସହ ସେମାନଙ୍କୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ମହୋତ୍ସବ ଓ ସଂସ୍କୃତି ହାଟକୁ ପାଛୋଟି ନିଆଯାଇଥିଲା । ସେହିପରି ବାଲିଆଢିପା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଧୂର୍ମାଲ ମୂର୍ମୁ,ରେଞ୍ଜ ମୂର୍ମୁ, କରୁଣାକର ମୂର୍ମୁ, ଡୋମାନ୍ ବେଶ୍ରା,ଗାଜନା ସୋରାନ୍ ଓ ଘାଟକୁଆଁରୀଠାରେ ହରିଶ ପାତ୍ର,ନୃତ୍ୟ ଗୁରୁ ବାର୍ଷା,ଗୁଳସନ ପିଙ୍ଗୁଆ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ବାଲିଆଢିପା ଠାରେ ବାହା ନୃତ୍ୟ, ରେଂଜା ନୃତ୍ୟ ଆଦି ପ୍ରଦର୍ଶନ କରାଯାଇଥିବାବେଳେ ଘାଟକୁଆଁରୀ ଠାରେ ଦାସାୟେ ନୃତ୍ୟ,ଡେହେଲେ ନୃତ୍ୟ ଆଦି ପରିବେଷଣ କରାଯାଇଥିବାର ଦେଖିବାକୁ ମିଳିଥିଲା ।
ଗଦରଗଡିରେ ଆୟୋଜିତ ହେଲା ଚିନ୍ମୟ ଫାଉଣ୍ଡେସନର ମୁକ୍ତାକାଶ ଜାତୀୟ ଗ୍ରାମୀଣ ସାଂସ୍କୃତିକ ମହୋତ୍ସବ ଓ ସଂସ୍କୃତି ହାଟ !!!

