ମା ମହାଲକ୍ଷ୍ମୀ ପୂଜା ଓ ଭସାଣୀ ଉତ୍ସବ ପାଳିତ !!!

Spread the love

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଛେଣ୍ଡିପଦା ବ୍ଲକ୍ ଜରପଡା ଥାନା ଅନ୍ତର୍ଗତ କୁମୂର୍ସିଂ ଗ୍ରାମରେ ମା ମହାଲକ୍ଷ୍ମୀ ପୂଜା ଓ ଭସାଣୀ ଉତ୍ସବ ପାଳିତ ହୋଇ ଯାଇଛି। କୁମୂର୍ ସିଂ ଗ୍ରାମରେ ଆୟୋଜିତ ମା ମହାଲକ୍ଷ୍ମୀ ପୂଜା ସରକାର ତଥା ପ୍ରଶାସନର କରୋନା କଟକଣା କୁ ମାନି ପାଳିତ ହୋଇଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ସନ୍ଧ୍ୟାରେ ମା ମହାଲକ୍ଷ୍ମୀ ଙ୍କ ର ଭସାଣୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ମା ‘ ଙ୍କୁ ସୁସଜ୍ଜିତ ରଥରେ ଗ୍ରାମ, ବଜାର ସାହି, ଜରପଡା ହାଟପଦ। ଦେଇ ପରିକ୍ରମା କରି ଗ୍ରାମ ପୋଖରୀରେ ପୂଜା, ରୀତି, ନୀତି, ହୋମ, ଯଜ୍ଞ ଆଦି କରି ବିସର୍ଜନ କରାଯାଇଥିଲା । ଏହି ଉତ୍ସବରେ ପୂଜା କମିଟି ସଭାପତି ବାଳକୃଷ୍ଣ ପ୍ରଧାନ, ସମ୍ପାଦକ ଚିତ୍ତରଂଜନ ଦାସ, ଉପ-ସଭାପତି ବ୍ରଜମୋହନ ଦାସ, ସଦସ୍ୟ ଅମର ପ୍ରଧାନ, ଶ୍ରୀକାନ୍ତ ବେହେରା, ଅମର ରାଓ, ରଂଜିତ ସିଂ, ଅଜିତ୍ ସାହୁ, ନିରାକାର ପ୍ରଧାନ, ବାଙ୍କନିଧି ପ୍ରଧାନ, କୁମଦ ସାହୁ, ବାପି ସାହୁ, ବଳରାମ ପ୍ରଧାନ, ଜଗନ୍ନାଥ ପ୍ରଧାନ ପ୍ରମୁଖ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *