ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଶିଳ୍ପାଞ୍ଚଳ ରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଷଷ୍ଠ ତମ ପୂରାତନ ଛାତ୍ର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମ୍ପାଦକ ଗୌରହରି ପଟନାୟକ ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଯୋଗଦେଇ ପୂରାତନ ଛାତ୍ର ମାନଙ୍କ ଉଦ୍ଦେଶ୍ୟରେ ନିଜର ଉଦବୋଧନ ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ ପୁର୍ବତନ ନଗରପାଳ ନୃସିଂହ ଚରଣ ପଟନାୟକ ଉପସ୍ଥିତ ଥିଲେ , ଅନୁଷ୍ଠାନର ପୂର୍ବତନ ଶିକ୍ଷକ ରାମ ନାରାୟଣ ପାତ୍ର ପଣ୍ଡିଚେରୀ ରୁ ଅନଲାଇନ୍ ମାଧ୍ୟମରେ ପ୍ରେରଣା ଦାୟକ ଉଦବୋଧନ ଦେଇଥିଲେ । ଏହା ପରେ ପୁର୍ବତନ ଛାତ୍ରଛାତ୍ରୀ ମାନେ ନିଜର ପୁରୁଣା ଅନୁଭୂତି କହିଥିଲେ , ବିଭିନ୍ନ ପ୍ରତିଯୋଗୀତା ପରେ ପୁରସ୍କାର ପ୍ରଦାନ କରାଯାଇଥିଲା . ଏହା ସହ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା । ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ନିଜର ହୃଦୟ ର କଥା କହିଥିଲେ । ପୁର୍ବତନ ଛାତ୍ରମାନଙ୍କ ଦ୍ୱାରା ଲିଖିତ ହାତଲେଖା ପତ୍ରିକା “ଅର୍ପଣ ” ର ଉନ୍ମୋଚନ ହୋଇଥିଲା ।
ଅନୁଷ୍ଠାନ ର ଅଧ୍ୟକ୍ଷ ଅରବିନ୍ଦ ଦାସ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଦେଇଥିଲେ । ଆଲୋଚନାକୁ ଅନୁଶ୍ରୀ ପଟ୍ଟନାୟକ ଓ ଅଞ୍ଜନା ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଶେଷ ସ୍ପର୍ଶ ସହ ଆଗମୀ ଦିନରେ ଅନୁଷ୍ଠାନ ସକ୍ରିୟ ପାଇଁ ଯୋଜନା ବିଷୟରେ ଆଦର୍ଶ ଦାସ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଅରବିନ୍ଦ ସୋସାଇଟି ର ସଦସ୍ୟ, ଶିକ୍ଷାନୁଷ୍ଠାନ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ସହ ବହୁ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।