କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଛି ଭାରତ -ପାକିସ୍ତାନ ଯୁଦ୍ଧରେ ବ୍ୟବହାର ହୋଇଥିବା ଏକ ଟ୍ୟାଙ୍କ । ମହାରାଷ୍ଟ୍ରର ପୁନେରୁ ଏହା ଅଣାଯାଇଛି । ଭାରତ ସୀମାରେ ପାକିସ୍ତାନ ସହିତ ୧୯୭୧ ମସିହା ଯୁଦ୍ଧରେ ଏହି T – 55 ନାମକ ଟ୍ୟାଙ୍କଟି ବ୍ୟବହାର କରାଯାଇଥିଲା । ଏହି ଯୁଦ୍ଧାସ୍ତ୍ର ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଧିକ ଜ୍ଞାନ କୌଶଳ ସୃଷ୍ଟିକରିବା ସହିତ ଦେଶାତ୍ମବୋଧକତା ସୃଷ୍ଟି କରିବାକୁ ଏହି ଯୁଦ୍ଧାସ୍ତ୍ରଟିକୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ମେନ୍ ବିଲଡିଂ ର ସମ୍ମୁଖ ଭାଗରେ ସ୍ଥାପନ କରାଯିବ ବୋଲି ଜଣାପଡିଛି । ମହାବିଦ୍ୟାଳୟ ର ଦୁଇଜଣ ଛାତ୍ର ଭାରତୀୟ ସୈନ୍ୟ ବିଭାଗରେ କାର୍ଯ୍ୟ କରୁଥିବାରୁ ସେମାନେ ଏହି ଅଚଳ ଟ୍ୟାଙ୍କ ଟିକୁ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗରୁ ସ୍ୱିକୃତୀ ଆଣି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ପଠାଇଥିବା କଲେଜର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି । ଏଥିପାଇଁ କଲେଜ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି ।
କେନ୍ଦ୍ରାପଡା କଲେଜରେ ପହଞ୍ଚିଲା ଭାରତ ପାକିସ୍ତାନ ଯୁଦ୍ଧ ଟ୍ୟାଙ୍କ : ଦେଖିବାକୁ ଲୋକଙ୍କ ଭିଡ !!!

