ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସେ ଦିନ ଭାର୍ଗବୀରେ ଜଳତର୍ପଣ କରି ଚାରି ଜଣ ଯୁବକ ଶପଥଗ୍ରହଣ କରିଥିଲେ ଯେ ଆଜି ଆମେ ଆମ ମାତୃଭୂମି କୁ ଯାହା ଓ ଯେପରି ଦେଖୁଛେ, ମୃତ୍ୟୁ ପୂର୍ବରୁ ତା’ର ଏକ ସକରାତ୍ମକ ପରିବର୍ତ୍ତନ ଦେଖି ଆଖି ବୁଝିବୁ । ତାହାହିଁ ହେଲା । ମହାତ୍ମା ଗାନ୍ଧୀ ଙ୍କ ଦର୍ଶନ ପ୍ରତିଫଳିତ ହେବା ପୂର୍ବରୁ ଏହା ପ୍ରତିପାଦିତ ହେଲା ଯେ ” ମୁଷ୍ଟିମେୟ ସଙ୍କଳ୍ପ ବଦ୍ଧ ସାଧକ ସେମାନଙ୍କ ସାଧନାରେ ଅବିଚଳିତ ରହିଲେ, ସେମାନେ ଇତିହାସ ର ମୋଡ଼ ବଦଳାଇ ଦେବେ ” । ସେମାନେ ସୃଷ୍ଟି କଲେ ସମାଜ ର ଅନେକ କ୍ଷେତ୍ରରେ କାଳଜୟୀ ଇତିହାସ, କିଏ ହେଲେ ଉତ୍କଳ ମଣି ତ କିଏ ହେଲେ ପ୍ରାଜ୍ଞ ବାଚସ୍ପତି । ଆଜି ତାଳଚେର ର ବ୍ରାହ୍ମଣୀ ଜଳରେ ଚାରି ଜଣ ଯୁବକ , ସର୍ଵଶ୍ରୀ ବାପି ମହାନ୍ତି, ରଞ୍ଜିତ ମହାପାତ୍ର, ଯୁବ ଅଧିବକ୍ତା ବାଉରୀବନ୍ଧୁ ଵେଜ , ପ୍ରଦୀପ ମହାରଣା ଜଳତର୍ପଣ ପୂର୍ବକ ଶପଥଗ୍ରହଣ କରିଛନ୍ତି ଯେ ସେମାନେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସ୍ଥଳ, ପ୍ରଜା ଆନ୍ଦୋଳନ ର ଐତିହାସିକ ମାଟି ତାଳଚେର ସମେତ ଅନୁଗୁଳ ଜିଲ୍ଲାକୁ ପ୍ରଦୂଷଣ ମୁକ୍ତ ଓ ବିକାଶ ରେ ସମଗ୍ର ଜୀବନ ସମର୍ପିତ କରିବେ ।
ତାଳଚେର ମା ମାଟି ର ଲଢେଇ ପାଇଁ ପବିତ୍ର ବ୍ରାହ୍ମଣୀ ନଦୀରେ ଜଳତର୍ପଣ ପୂର୍ବକ ୪ ଜଣ ଯୁବକଙ୍କ ଶପଥ ଗ୍ରହଣ I

