ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ୟୁକୋ ବ୍ୟାଙ୍କ ତରଫରୁ ମିନି ଷ୍ଟାଡିୟମ ଠାରେ ଋଣ ମେଳା ଆୟୋଜିତ . ଢେଙ୍କାନାଳର ମିନି ଷ୍ଟାଡିୟମ ଠାରେ ୟୁକୋ ବ୍ୟାଙ୍କ ତରଫରୁ ଏକ ବିରାଟ ଋଣ ମେଳା ର ଆୟୋଜନ କରାଯାଇଥିଲା । ଦ୍ୱୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, ନାବାର୍ଡ ର ଜେନେରାଲ ମ୍ୟାନେଜର ଡକ୍ଟର ଜ୍ଞାନେନ୍ଦ୍ର ରାଉତ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ର ରେଜିଓନାଲ ମ୍ୟାନେଜର ପ୍ରଭାକର ରାଉତ, ଉପଜିଲ୍ଲାପାଳ ରବିନାରାୟଣ ତ୍ରିପାଠୀ, ଡେପୁଟି ଜୋନାଲ ହେଡ଼ ଶ୍ରୀମତୀ ଚନ୍ଦ୍ରମା ଗିରେମ , LDM ଢେଙ୍କାନାଳ ସନଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଋଣ ମେଳାରେ 22 ଗୋଟି ବ୍ୟାଙ୍କ ସାମିଲ ହୋଇଥିଲେ । କୋଭିଡ଼ ସମୟରେ ସାହାଯ୍ୟର ହାତ ବଢ଼।ଇବା ପାଇଁ ବ୍ୟାଙ୍କ ମାନେ ଯେଉଁ ଆଗକୁ ଆସିଛନ୍ତି ସେଥିପାଇଁ ବିଧାୟକ ସେମାନଙ୍କୁ ସ୍ୱାଗତ କରିଥିଲେ । ମିଶନ ଶକ୍ତିକୁ ସୁଦୃଢ଼ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମାଛଚାଷ, ବାଉଁଶ କାମ, କୁକୁଡ଼ା ପାଳନ, ଗୋପାଳନ ଆଦି କାମପାଇଁ ଋଣ ପ୍ରଦାନ କରାଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠି ମାନେ ଋଣ ନେଇ ସଠିକ ଭାବେ ଓ ସଠିକ ସମୟରେ ଋଣ ପରିଷୋଧ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି । ଯାହା ଦ୍ୱାରା କି ବ୍ୟାଙ୍କ ର ଯେଉଁ 10% ରୁ 12% ଶୁଦ୍ଧ ଅଛି ସେଥିରୁ ମୁକ୍ତି ପାଇବେ । ଆଗକୁ ଢେଙ୍କାନାଳ ଜିଲ୍ଲାରେ କୃଷିକୁ ଅଧିକ ଧ୍ୟାନ ଦେବାସହ ସେମାନଙ୍କୁ କିଭଳି ଭାବେ ସ୍ୱାବଲବୀ କରାଯାଇ ପାରିବ ସେଥିପ୍ରତି ଅଧିକ ଧ୍ୟାନ ଦିଆଜିବ ବୋଲି ଢେଙ୍କାନାଳ ଜିଲ୍ଲାପାଳ ମତ ଦେଇଥିଲେ । ଆଜିର ଏହି ଋଣ ମେଳାରେ 886 ଟି ଆକାଉଣ୍ଟ କୁ 34.97 କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା ।