ଚଢାଦରରେ ସାର ବିକ୍ରି ଘଟଣା : ବଦଳିଲେ କୁରାଳ ସମିତି ସଂପାଦକ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଗତ କିଛି ବର୍ଷ ହେଲା ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରାଳ ସେବା ସମବାୟ ସମିତି ଲିଃ ରେ ଦୁର୍ନୀତି କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ପୁଣି ସାର ଦୁର୍ନୀତି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଗତ ଦୁଇମାସ ତଳେ କୁରାଳ ସେବା ସମବାୟ ସମିତି ରେ ଚଢା ଦରରେ ସାର ବିକ୍ରି କୁ ନେଇ ଖବର ପ୍ରକାଶିତ ହୋଇଥିଲା । ରାଜ୍ୟ ସମବାୟ ବିଭାଗ ୭ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ । ଡେରିରେ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ତଦନ୍ତ କରି ଘଟଣା ଟି ସତ୍ୟ ବୋଲି ଜାଣିବାକୁ ପାଇଥିଲେ ଓ ରିପୋର୍ଟ ପ୍ରଦାନ କରିଥିଲେ । ଏ ନେଇ ବିଭାଗ ତରଫରୁ କୁରାଳ ସମିତି ସଂପାଦକ ଇଶ୍ଵର ଚନ୍ଦ୍ର ସାହୁ ଙ୍କୁ ଖଣ୍ଡପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା କୁ ବଦଳି କରିଦିଆ ଯାଇଥିବା ଜଣାପଡିଛି । ଏ ନେଇ କୁରାଳ ଗ୍ରାମବାସୀ ଖାଲି ବଦଳି ଦଣ୍ଡ ନୁହେଁ , ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଲମ୍ବନ କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *