ହରିଜନ ସେବକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ”ହରିଜନ ସେବକ ସଂଘ” ତରଫରୁ କଟକ ମାଟିର ଚଉଳିଆଗଞ୍ଜର ”ଶ୍ରଦ୍ଧା ମଣ୍ଡପ” ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱଜିତ ସୂର୍ଯ୍ୟବଂଶୀ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଓଡିଶା ପ୍ରଦେଶ ସାଧାରଣ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି ମୁଖ୍ୟ ଅତିଥି , ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତରାୟ ସମ୍ମାନୀୟ ଅତିଥି , ଲକ୍ଷ୍ମୀ ପ୍ରକାଶ ମହାପାତ୍ର ମୁଖ୍ୟବକ୍ତା ଓ ଗାନ୍ଧିବାଦୀ ସନ୍ତୋଷ ମାଝି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ସାହୁଙ୍କୁ କଟକ ଜିଲ୍ଲାର ସଭାପତି ଭାବରେ ମନୋନୀତ କରାଯାଇଛି । ଗାନ୍ଧୀଙ୍କ ନୀତି, ନିୟମ, ଆଦର୍ଶ, ଚିନ୍ତାଧାରା ଓ ଦେଶପ୍ରେମର ପ୍ରଚାର ଓ ପ୍ରସାର କରିବା ସହିତ ଗାନ୍ଧିବାଦକୁ ଯୁବ ପିଢିଙ୍କ ହୃଦୟରେ ଜାଗ୍ରତ କରିବା ସହିତ ମହାପୁରୁଷଙ୍କୁ ସମ୍ମାନ ଜଣାଇ ପ୍ରତ୍ୟେକ ମାସରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମାନ ଦେବା ପାଇଁ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ଗାନ୍ଧିବାଦୀ ତଥା ବରିଷ୍ଠ ସମଜସେବୀ ୰ଏସ.ଏନ.ସୁବରାଓଙ୍କ ସ୍ମୃତି ସଭା ଆୟୋଜିତ ହୋଇଥିଲା . ”ହରିଜନ ସେବକ ସଂଘ” ଓଡିଶା ଶାଖା ତରଫରୁ ସ୍ୱର୍ଗତ ରାଓ ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।

Leave a Reply

Your email address will not be published. Required fields are marked *