ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ , ଗାନ୍ଧୀଜୀ ସ୍ମାରକୀ ଏବଂ ଉଫୁନା ତରଫରୁ ଗାନ୍ଧୀ ପାର୍କରେ ସତ୍ୟାଗ୍ରହ ଓ ସଫେଇ କାର୍ଯ୍ୟ . ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ଦ୍ଵାରା ସହରର ବିଭିନ୍ନ ସ୍ଥାନରେ ମହାପୁରଷ ମାନଙ୍କର ପ୍ରତିମୂର୍ତି ସ୍ଥାପନ ହୋଇଥିଲେ ହେଁ , ସେମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯାଉ ନାହିଁ । ବର୍ଷରେ ନିର୍ଦ୍ଦିଷ୍ଟ ଦିନେ କି ଦି ଦିନ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ ନିମନ୍ତେ ଭିଡ ଜମିଥାଏ , ବାକି ତାଙ୍କ ଦିନ ପ୍ରତିମୂର୍ତ୍ତି ପ୍ରତି କାହାର ଲକ୍ଷ୍ୟ ନ ଥାଏ । ଢେଙ୍କାନାଳ ବୁଦ୍ଧିଜୀବୀ ସଂଗଠନ ଓ ଗାନ୍ଧୀଜୀ ସ୍ମାରକୀର ସଦସ୍ୟ ମାନେ ଅହମ୍ମଦାବାଦ ଠାରେ ଥିବା “ ସାବରମତୀ ଆଶ୍ରମ’’ ର ସୁରକ୍ଷା ଦାବୀ କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ପୌରପାଳିକା ତରଫରୁ ବସ୍ଷ୍ଟାଣ୍ଡ ନିକଟରେ ଥିବା ଗାନ୍ଧୀ ପାର୍କରେ ଏକ ପ୍ରତିକାତ୍ମକ ‘ ସତ୍ୟାଗ୍ରହ ସଫେଇ ’ ’ କାର୍ଯ୍ୟ ନିଜ ତରଫରୁ ଆରମ୍ଭ କରିଛନ୍ତି । ପ୍ରତି ଶୁକ୍ରବାର ସଦସ୍ୟମାନେ ଗାନ୍ଧୀ ପାର୍କକୁ ସଫା କରିବା ସହିତ , ବାପୁଜୀଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରିବେ । ଏତଦ୍ ବ୍ୟତୀତ ମହାତ୍ମା ଗାନ୍ଧୀଜୀଙ୍କ ଜୀବନୀ , ଆଦର୍ଶ ଆଦି ବିଷୟକୁ ନେଇ ଚର୍ଚ୍ଚା କାର୍ଯ୍ୟକ୍ରମ ଏହି ପାର୍କରେ ଆୟୋଜନ କରାଯିବ । ଆୟୋଜିତ ପ୍ରତିକାତ୍ମକ ସତ୍ୟାଗ୍ରହ ଓ ସଫେଇ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ସଂଗଠନର ସଦସ୍ୟ ଡାକ୍ତର ତୁଷାରକାନ୍ତ ନାୟକ , ରୁଦ୍ରପ୍ରକାଶ ଶରଣ , ଗାନ୍ଧୀ ସ୍ମାରକୀର ସରୋଜ ଶତପଥୀ , ଉଫୁନାର ଅଧ୍ୟକ୍ଷ ମନୋରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟ ସାହିତ୍ୟ ଏକାଡେମୀର ସଦସ୍ୟ ବାହାଦୂର ପାଟ୍ଟସାଣୀ , ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ପରିଚାଳକ ପ୍ରିୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଢେଙ୍କାନାଳ ଗାନ୍ଧୀ ପାର୍କରେ ସତ୍ୟାଗ୍ରହ ଓ ସଫେଇ କାର୍ଯ୍ୟ !!!

