କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଫୁଟବଲ ମ୍ୟାଚରେ ହାରଜିତକୁ ନେଇ ଗଣ୍ଡଗୋଳ । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ବାଲନ୍ଦାପଡାଠାରେ । ଏଠାରେ ଏକ ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆୟୋଜିତ ହୋଇଥିଲା । ଦାମାରାଜୁ ଓ ଡାଙ୍ଗାଣାମା ଗ୍ରାମ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ଡାଙ୍ଗାଣାମା ଦଳ ବିଜୟୀ ହୋଇଥିଲା। ତେବେ ମ୍ୟାଚର ଫଳାଫଳକୁ ନେଇ ଉଭୟ ଗୋଷ୍ଠୀ ଭିତରେ ବାଦ ବିବାଦ ହୋଇଥିଲା । ଯୁକ୍ତିତର୍କ ଭିତରେ ବାଟିମୁଣ୍ଡା ଗ୍ରାମର କିଛି ବ୍ୟକ୍ତି ବ୍ରାଡ଼ିଗୁଡ଼ି ଗ୍ରାମର ଭରତ ମହାକୁଡଙ୍କୁ ଆକ୍ରମଣ କରିଥିଲେ । ପଥର ସାହାଯ୍ୟରେ ଭରତଙ୍କ ମୁଣ୍ଡକୁ ପିଟି ଦେବା ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବାଲନ୍ଦାପଡା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଭରତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ବାଲନ୍ଦାପଡା ଫାଣ୍ଡିରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଅବ୍ୟାହତ ରଖିଛି ।
ଫୁଟବଲ ମ୍ୟାଚର ଫଳାଫଳକୁ ନେଇ ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ !

