ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଦ୍ୟାଳୟ ରେ ପାଠ ପଢିବା ବଦଳରେ ଧାରଣା ଦେଉଛନ୍ତି ଛାତ୍ରଛାତ୍ରୀ . ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିମ୍ପୁଡ଼ିଆ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା . ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 379 ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିଲେ ମଧ୍ୟ ସ୍କୁଲରେ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ସେଥିପାଇଁ ଆଜି ସ୍କୁଲ ଗେଟ୍ ବନ୍ଦ କରି ଛାତ୍ର ଛାତ୍ରୀ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା . ସେମାନଙ୍କର ଅଭିଯୋଗ ଯେ ଆଉ ୪ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଦେଲେ ଆମେ ଠିକ୍ ସେ ପାଠ ପଢି ପାରିବୁ । ପିଲାମାନେ କହିବା ଅନୁଯାୟୀ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ , ସେମାନେ ଏହା ପ୍ରତି ଧ୍ୟାନ ଦେଉନାହାନ୍ତି । ଏବେ ଦେଖିବାକୁ ବାକି ରହିଲା କେବେ କେଉଁଦିନ କୁନି ଛାତ୍ର ଛାତ୍ରୀ ମାନଙ୍କ କଥା ପ୍ରଶାସନ ଶୁଣୁଛନ୍ତି ।
ପାଠ ପଢିବା ବଦଳରେ ଧାରଣା ଦେଉଛନ୍ତି ଛାତ୍ରଛାତ୍ରୀ !!!

