ଗୋପବନ୍ଧୁ ନଗରରେ ରକ୍ତଦାନ ଶିବିର : ୨୯ ୟୁନିଟ ରକ୍ତ ସଂଗ୍ରହ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ୱର ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ପଞ୍ଚାୟତ ଗୋପବନ୍ଧୁ ନଗରରେ ସାପ୍ତାହିକ ପତ୍ରିକା ଭୋକିଲା ପେଟ ଓ ଲୋକ ବିକାଶ ଫାଉଣ୍ଡେସନ ପକ୍ଷରୁ ରୟାଲ କ୍ଳବ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରୁ ମୋଟ ୨୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । କଟକ ସେଣ୍ଟ୍ରାଲ ରେଡକ୍ରସ ବ୍ଲଡ଼ ବ୍ୟାଙ୍କ ଡାକ୍ତର ଉମାକାନ୍ତ ମହାପାତ୍ର , ମୋଟିଭେଟର ଭାଗ୍ୟଧର ସାହୁ, ଟେକନିସିଆନ ରଞ୍ଜନ କୁମାର ଦାସ, ଆଟେଣ୍ଡାଣ୍ଟ ରମେଶ ରାଉତ ଓ ବିଜୟ ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିର କୁ ଅବସର ପ୍ରାପ୍ତ ଭାରତୀୟ ବାୟୁସେନାର ଅଧିକାରୀ ତଥା ଯୁବ ସମାଜସେବୀ ପ୍ରମୋଦ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଲୋକ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧିର ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା . ଶିକ୍ଷୟିତ୍ରୀ ସରୋଜିନୀ ସାହୁ ଓ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *