ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ କଲେଜ ପଡିଆ ଠାରେ ମା ଚର୍ଚ୍ଚିକା ୟୁଥ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଛି ୩୨ ତମ ବରିଷ୍ଠ ରାଜ୍ୟ ବଲ୍ ବ୍ୟାଡ୍ ମିଣ୍ଟନ୍ ଚମ୍ପିୟାନସିପ୍ ପ୍ରତିଯୋଗିତା । ଏଥିରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରୀପାଠି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ! ମା ଚର୍ଚ୍ଚିକା ପୀଠରୁ ଆସିଥିବା ଜ୍ୟୋତି କୁ ମଞ୍ଚ ସମୁଖରେ ସ୍ଥାପନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମା ଚର୍ଚ୍ଚିକା ୟୁଥ ଆସୋସିଏସନ ର ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୟ ଭାରତ ଫାଉଣ୍ଡେସନ ର ମ୍ୟାନେଜିଂ ଡାଇରେକ୍ଟର ସୁରେନ୍ଦ୍ରନାଥ ପଣ୍ଡା, ଅନ୍ୟତମ ଅତିଥି ଭାବରେ ଉପ ନଗରପାଳ ସନ୍ତୋଷ କୁମାର ରଣା ଯୋଗ ଦେଇଥିଲେ ।ସମ୍ପାଦକ ବିବେକାନନ୍ଦ ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୬ ଟି ଦଳ ଅଂଶଗ୍ରହଣ କରିଛନ୍ତି । ଯୁବ ପିଢ଼ି ନିଜର ଶାରୀରିକ ଏବଂ ମାନସିକ ବିକାଶ ନିମନ୍ତେ କ୍ରୀଡ଼ା ପ୍ରତି ଆକୃଷ୍ଟ ହେବା ସହିତ ପ୍ରତ୍ୟେକ ଖେଳରେ ଭାଗ ନେବା ନିହାତି ଆବଶ୍ୟକ ବୋଲି ବିଧାୟକ ଦେବୀ ରଞ୍ଜନ ତ୍ରୀପାଠି ପ୍ରକାଶ କରିଛନ୍ତି । ଏହି ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୪ ତାରିଖରେ ଉଦଯାପିତ ହେବ ବୋଲି ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ପ୍ରକାଶ କରିଛନ୍ତି ।

