ଜାମିନ ରେ ଆସିବା ପରେ ପ୍ରଥମ ଥର ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ !!!

Spread the love

ବିରାଟ ବାଇକ ଶୋଭାଯାତ୍ରା କରି ବାଣପୁର ମା ଭଗବତୀଙ୍କୁ ଦର୍ଶନ କଲେ

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଜେପି କର୍ମୀଙ୍କୁ ମାଡ ମାରି ଅଡୁଆରେ ପଡିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ . ଥାନାରେ ଏତଲା ଏବଂ ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲେ , ହେଲେ ମିଳି ନଥିଲା ଆଗୁଆକୁ ଜାମିନ . ତଳକୋର୍ଟରେ ଆତ୍ମ ସମର୍ପଣ କରିବା ପରେ ବିଚାର ବିଭାଗୀୟ ହାଜତ କୁ ଯାଇଥିଲେ . ତେବେ ଜାମିନ ରେ ଆସିବା ପରେ ପ୍ରଥମ ଥର ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରି ବାଲୁଗାଁ ରୁ ଏକ ବିରାଟ ବାଇକ ରାଲି ରେ ଯାଇ ବାଣପୁର ମା ଭାଗବତୀଙ୍କୁ ଦର୍ଶନ କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ . ସର୍ତ୍ତ ମୂଳକ ଜାମିନରେ ଆସିବା ପରେ ପ୍ରଥମ ଥର ପାଇଁ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ଶୁଭେଚ୍ଛୁ ଓ ସମର୍ଥକ ମାନେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ . ଆୟୋଜିତ ସଭାରେ ଯୋଗଦେଇ ତାଙ୍କ ଅଭିଭାଷଣରେ କହିଛନ୍ତି , ଗତ ଦୁଇ ମାସ ହେଲା ଚିଲିକା ମାଟିର ବିକାଶ ଧାରାରେ ରୋକ ଲାଗିଥିଲା – ପୁଣି ବିକାଶ ଧାରା ର ଆରମ୍ଭ ମା ଭାଗବତୀ ଠାରୁ ଆରମ୍ଭ ହେଲା । ଦଳ ମୋତେ ନିଲମ୍ବିତ କରିଛି । କିନ୍ତୁ ମୁଁ ଦଳ ଛାଡିନି ମୁଁ ସଦା ସର୍ବଦା ବିଜୁ ଜନତା ଦଳ ପାଇଁ କାମ କରିଚାଲିଥିବି ବୋଲି ବିଧାୟକ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *