ଫର ୟୁ ପକ୍ଷରୁ ଲାଇବ୍ରେରୀ ଉଦଘାଟିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଫର ୟୁ” ପକ୍ଷରୁ ପୁସ୍ତକ ପଠନର ସୁବିଧା ତଥା ପାଠକୀୟ ଶ୍ରଦ୍ଧାକୁ ସମ୍ମାନ ପ୍ରଦାନ ନିମନ୍ତେ ସ୍ଥାନୀୟ ନୂଆପଲ୍ଲୀ ବେହେରା ସାହି ଠାରେ ଏକ ପାଠାଗାରର ଶୁଭ ଉଦ୍‌ଘାଟନ ହୋଇଯାଇଛି ।

ଉକ୍ତ ପାଠାଗାର କୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପାଠାଗାରର ଉପଯୋଗୀତା ଉପରେ ନିଜସ୍ଵ ମନ୍ତବ୍ୟ ଦେଇଥିଲେ । “ଫର ୟୁ” ସଭାପତି ସତ୍ୟ ଦାଶ ପାଠାଗାର ପ୍ରତିଷ୍ଠା ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ବିକାଶ ମହାରଣା, ପବିତ୍ର କୁମାର, ସୀମା ପାଢ଼ୀ, ପ୍ରିୟଦର୍ଶିନୀ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା ନିମନ୍ତେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *